ରେଙ୍ଗାଲି : ରେଙ୍ଗାଲି ବ୍ଲକ୍ ର ଲଇଡା ଗ୍ରାମର ଧନେଶ୍ଵର ମରେଇ (୨୭) (ପୁଢା)ଙ୍କ ସର୍ପାଘାତରେ ଆଜି ମୃତ୍ୟୁ ଘଟିଛି । ଗତ ରାତି ଗୋଟାଏ ସମୟରେ ସେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା। ତାଙ୍କୁ ପ୍ରଥମେ ଲଇଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ କୁଚିଣ୍ଡା ଡାକ୍ତରଖାନା କୁ ସ୍ଥାନାନ୍ତରିତ କରା ଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କ ମୃତ୍ୟୁ ହୋଇଥିବାର ଜଣା ପଡିଛି।
Popular Categories



