www.samajalive.in
Saturday, December 6, 2025
26.1 C
Bhubaneswar

ରାଜଦ୍ରୋହ ଓ ହତ୍ୟା ଧମକ୍ : ସୟଦ ହସନକୁ ୪ ଦିନିଆ ରିମାଣ୍ଡରେ ନେଲା ୟୁପି ପୁଲିସ

ସାଲେପୁର : ସାଲେପୁର ବ୍ଲକର କୁସମ୍ବୀ ଗ୍ରାମର ସୟଦ ହସନ ଅହମ୍ମଦକୁ ରାଜଦ୍ରୋହ ଓ ହତ୍ୟା ଧମକ ଅଭିଯୋଗରେ ଉତ୍ତର ପ୍ରଦେଶ ପୁଲିସ ଶୁକ୍ରବାର ୪ ଦିନିଆ ରିମାଣ୍ଡରେ ନେଇଛି।  ସାଲେପୁର କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଉତ୍ତର ପ୍ରଦେଶ ପୁଲିସ ସେଠାକୁ ନେଇଛି। ସେଠାରେ ବାଗପତ ଜିଲ୍ଲା ଏସଡ଼ିଜେଏମଙ୍କ କୋର୍ଟରେ ହାଜର କରାଇବା ପରେ ତାକୁ ଜେରା କରିବ।
ପ୍ରକାଶ ଥାଉକି କୁସମ୍ବୀ ଗ୍ରାମର ସୟଦ ହସନ ଅହମ୍ମଦ କିଛି ଦିନ ଧରି ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ ଵିଶ୍ଵ ହିନ୍ଦୁ ପରିଷଦ ନେତା ମାନଙ୍କୁ ଗାଳିଗୁଲଜ କରିବା ସହିତ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ଏହାପରେ ଉତ୍ତର ପ୍ରଦେଶର ବାଗପତ ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ଅଧ୍ୟକ୍ଷଙ୍କ ଅଭିଯୋଗ କ୍ରମେ ପୁଲିସ ଡ଼ଡିଶା ଆସି କୁସମ୍ବୀଗ୍ରାମର ସୟଦ ହସନଙ୍କ ଘରେ ଚଢ଼ାଉ କରିଥିଲେ । ଶୁକ୍ରବାର ସାଲେପୁର ଏସଡ଼ିଜେଏମଙ୍କ କୋର୍ଟରେ ହାଜର କରାଯିବା ପରେ ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶ କ୍ରମେ ହସନକୁ  ପୁଲିସ କଡା  ସୁରକ୍ଷାରେ ଉତ୍ତର ପ୍ରଦେଶ ନେଇଛି ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories