www.samajalive.in
Saturday, December 6, 2025
23.1 C
Bhubaneswar

ନଭେମ୍ବର ୨୯ ପୂର୍ବରୁ ବିହାରରେ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ : ବିହାର ବିଧାନସଭା ନିର୍ବାଚନ ସହିତ ଦେଶର ଗୋଟିଏ ଲୋକସଭା ଏବଂ ୬୫ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ। ଏନେଇ ଶୁକ୍ରବାର ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ନଭେମ୍ବର ୨୯ ପୂର୍ବରୁ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଆୟୋଗ କହିଛନ୍ତି। ଯଦିଓ ବିହାର ନିର୍ବାଚନର ତାରିଖ ଘୋଷଣା ହୋଇନାହିଁ, ତଥାପି ନିର୍ବାଚନ କମିଶନ ଖୁବ ଶୀଘ୍ର ନିର୍ବାଚନ ସୂଚୀ ପ୍ରକାଶ କରିପାରନ୍ତି ବୋଲି ଆଶା କରାଯାଉଛି।

ନିର୍ବାଚନ ଆୟୋଗ କହିଛନ୍ତି ଯେ, ବିହାର ବିଧାନସଭା ନିର୍ବାଚନ ସମୟରେ ଗୋଟିଏ ଲୋକସଭା ଆସନ ଏବଂ ଦେଶର ୬୫ଟି ବିଧାନସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଉପ-ନିର୍ବାଚନ ଏବଂ ବିହାର ବିଧାନସଭା ନିର୍ବାଚନ ଏକାଠି ହେବାର କାରଣ ହେଉଛି ଆଇନ ଶୃଙ୍ଖଳା ବ୍ୟବସ୍ଥା ଠିକ୍ ରହିବ। ବିହାର ବିଧାନସଭା ନିର୍ବାଚନର କାର୍ଯ୍ୟସୂଚୀ ସହିତ ଉପ-ନିର୍ବାଚନ ଉପଯୁକ୍ତ ସମୟରେ ଘୋଷଣା କରାଯିବ ବୋଲି ଆୟୋଗ କହିଛନ୍ତି।

- Advertisement -


ସୂଚନାଯୋଗ୍ୟ, ଦେଶର ଗୋଟିଏ ଲୋକସଭା ଏବଂ ୬୪ଟି ବିଧାନସଭା ଆସନ ଖାଲି ରହିଛି। ଆଜି ଉପ-ନିର୍ବାଚନ ସମ୍ପର୍କରେ ନିର୍ବାଚନ ଆୟୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ ରାଜ୍ୟର ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ସମୀକ୍ଷା କରାଯାଇଥିଲା।

ସେପ୍ଟେମ୍ବର ୧୫ ସୁଦ୍ଧା ସମ୍ଭାବ୍ୟ ନିର୍ବାଚନ ଘୋଷଣା

ନିର୍ବାଚନ ଆୟୋଗ ସୂତ୍ର ଅନୁଯାୟୀ, ବିହାର ବିଧାନସଭା ନିର୍ବାଚନ ପାଇଁ ସେପ୍ଟେମ୍ବର ୧୫ରେ ଘୋଷଣା କରାଯାଇପାରେ। ତିନୋଟି ପର୍ଯ୍ୟାୟରେ ମତଦାନ ହୋଇପାରେ। ବିଳମ୍ବିତ ମୌସୁମୀ ଯୋଗୁଁ କେତେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଥିବାରୁ ସେହି ଅଞ୍ଚଳରେ ଶେଷ ତାରିଖରେ ଭୋଟ୍ ଗ୍ରହଣ କରାଯାଇପାରେ। ଚଳିତ ବର୍ଷ କରୋନା ଯୁଦ୍ଧ ସମୟରେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି, ଯାହା ଦେଶରରେ ପ୍ରଥମ ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories