www.samajalive.in
Sunday, December 7, 2025
18.1 C
Bhubaneswar

ନିଖୋଜ ଯୁବକର ଗଳିତ ମୃତଦେହ ଉଦ୍ଧାର

ବରପାଲି଼  : ବରପାଲି ବ୍ଲକ ଆଗଲପୁର କେବାଡ଼ ଗାଁରୁ ରବିବାର ନିଖୋଜ ହୋଇଥିବା ଜଣେ ୨୨ ବର୍ଷୀୟ ଯୁବକର ମୃତଦେହ ଗଳିତ ଅବସ୍ଥାରେ ସ୍ତାନିୟ ଏକ ପୋଖରିରୁ ଉଦ୍ଧାର କରାଯାଇଛି। ବୁଧବାର ସନ୍ଧ୍ୟା ସମୟରେ ବରପାଲି ପୁଲିସ ଥାନାଧିକାରୀ ରୋଜାଲିନ ପଟେଲଙ୍କ ନେତୃତ୍ୱରେ ଅଗ୍ନିଶମ ବିଭାଗ ଓ ପୁଲିସ ବାହିନୀ କେବାଡ଼ ଗାଁରେ ପହଞ୍ଚିଥିଲେ। ପରେ ମୃତଯୁବକର ପରିବାର ଲୋକଙ୍କ ସହାୟତାରେ ମୃତଦେହ ଉଦ୍ଧାର ହେବା ସହିତ ଶରୀରର ପଞ୍ଚନାମା କରାଯାଇଥିଲା। ମୃତଦେହର ବିଭିନ୍ନ ସ୍ଥାନରେ କଟା ଦାଗ ଓ ଶକ୍ତମାଡର ଚିହ୍ନମାନ ଜଣାପଡ଼ିଥିଲା।

ସୂଚନା ଅନୁଯାୟୀ, ମୁନୁପାଲି ଗ୍ରାମର ପୁରଞ୍ଜିତ ରାଏଙ୍କ ପୁଅ ନରେଶ ରାଏ (୨୨) କେବାଡ ଗାଁର ଏକ ଅସ୍ଥାୟୀ ଶିବିରରେ ଟ୍ରାକ୍ଟର ଚାଳକ ଭାବରେ କାମ କରୁଥିଲା। ଗତ ରବିବାର ରାତ୍ର ସମୟରୁ ଯୁବକ ନିଖୋଜ ହେବା ସହିତ ତାର ବ୍ୟବହାର୍ଯ୍ୟ ମୋବାଇଲ ଓ ଚପଲ ସାର୍ଟ ଶିବିର ମଧ୍ୟରେ ରହିଥିଲା। ଗତ ସୋମବାର ସକାଳୁୁ କ୍ୟାମ୍ପରେ ନରେଶ ନିଖୋଜ ରହିଥିବା ଖବରପାଇ ଟ୍ରାକ୍ଟର ମାଲିକ ବୁଠି ମେହେର ବହୁ ଖୋଜାଖୋଜି କଲାପରେ ମୁନୁପାଲି ନରେଶ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ପଚରାପଚରି କଲାପରେ ପୁଲିସ ଥାନାରେ ଅଭିଯୋଗ ଆଣିଥିଲେ। ପରେ ପରିବାର ଲୋକେ ମଧ୍ୟ ସମ୍ପର୍କିୟ ଓ ବନ୍ଧୁବାନ୍ଧବମାନଙ୍କ ସହ ଯୋଗାଯୋଗ ମାଧ୍ୟମରେ ଖବର ନେଇ ନିରାଶ ହୋଇଥିଲେ। ପରେ ପରିବାର ଲୋକେ ଗ୍ରମାବାସିଙ୍କ ସହାୟତାରେ ଏକ ଅଭିଯୋଗ ଅଣିଥିଲେ। ପୁଲିସ ଗତ ମଙ୍ଗଳବାର ପୁର୍ବାହ୍ନ ସମୟରେ କେବାଡ ଗ୍ରାମରେ ପହଞ୍ଚି ଶିବିର ଓ ଆଖପାଖ ଲୋକଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲା। ଅନୁସନ୍ଧାନ ସମୟରେ ପୁଲିସକୁ କିଛିଟା ପ୍ରେମଜନିତ କାରନାମା ସମ୍ବନ୍ଧରେ ସୂରାଗ୍ ମିଳିଯାଇଥିଲା। ପରେ ପୁଲିସ ତାର ମାୟାଜାଲ ବିସ୍ତାର କରିବା ସହିତ ନରେଶର ପ୍ରେମିକା ଓ ପରିବାରର କିଛି ସଦସ୍ୟ ଓ ଶିବିରରେ କାର୍ଯ୍ୟରତ ଅନ୍ୟଏକ ଟ୍ରାକ୍ଟର ଚାଳକକୁ ଥାନାକୁ ଆଣି ପଚରାଉଚୁରା ଜାରି ରଖିଥିଲା। ପୁଲିସ ଥାନାରେ ଝିଅର ଭାଇ ଓ ଟ୍ରାକ୍ଟର ଚାଳକକୁ ନିଜ ଲାଇନରେ ପଚରାଉଚୁରା କରିଥିବାବେଳେ ନରେଶକୁ ହତ୍ୟା କରି ନିକଟସ୍ଥ ପୋଖରିରେ ଫୋପାଡ଼ି ଦିଆଯାଇଥିବା ଜାଣିବାକୁ ପାଇଥିଲା।

- Advertisement -

ଆଜି ସନ୍ଧ୍ୟାରେ ଟ୍ରାକ୍ଟର ଚାଳକ ପୁଲିସକୁ ମୃତଦେହ ଫିଙ୍ଗିଥିବା ଘଟଣାସ୍ଥଳ ଦେଖାଇବା ସହିତ ଅନ୍ୟତ୍ର ବଣବୁଦା ମଧ୍ୟରେ ଫେରର ମାରି ଦେଇଥିଲା। ପୁଲିସ ବହୁ ଖୋଜାଖୋଜି କଲେ ମଧ୍ୟ ଅଭିଯୁକ୍ତର କୌଣଷି ସନ୍ଧାନ ପାଇନଥିଲା। ଖବରପାଇ ରାତ୍ର ସମୟରେ ଏସଡ଼ିପିଓ ଓ ସାଇଣ୍ଟଫିକ୍ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ଏହାକୁ ପ୍ରେମ ଜନିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରୁଥିବାବେଳେ ଘଟଣାରେ ବହୁ ଲୋକ ସାମିଲ ରହିଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ବର୍ତ୍ତମାନ ସୁଦ୍ଧା ମାମଲାର ତଦନ୍ତ ପ୍ରକ୍ରିୟା ଜାରି ରହିଥିବା ଦେଖାଯାଇଥିଲା।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories