www.samajalive.in
Saturday, December 6, 2025
14.1 C
Bhubaneswar

କରୋନା: ଦେଶରେ ସବୁଠୁ କମ୍‌ ବୟସର ରୋଗୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୧୪୬୬ରେ ପହଞ୍ଚିଛି। ଏହା ସହିତ ୩୮ ଜଣଙ୍କ ମୃତ୍ୟୁ ଘଟିସାରିଛି। ତେବେ ବୁଧବାର ଦେଶର ସବୁଠୁ କମ୍‌ ବୟସର ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହି ମୃତକଙ୍କ ବୟସ ୨୫ ବର୍ଷ ଏବଂ ଘର ଉତ୍ତରପ୍ରଦେଶର ଗୋରଖପୁର ଅଞ୍ଚଳରେ। ଏହା ଉତ୍ତରପ୍ରଦେଶରେ ପ୍ରଥମ ମୃତ୍ୟୁ ବୋଲି ଜଣାପଡ଼ିଛି।

ଏତେ କମ୍‌ ବୟସର ରୋଗୀ କରୋନାରେ ପ୍ରାଣ ହରାଇବା ଦେଶରେ ପ୍ରଥମ ଘଟଣା। ବିହାରରେ ଗତ ମାର୍ଚ୍ଚ ୨୩ରେ ଜଣେ ୩୮ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଥିଲା। କରୋନା ଭୂତାଣୁର ବିପଦ ବୟସ୍କ, ଶ୍ଵାସରୋଗୀ ଏବଂ କମ୍‌ ରୋଗପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତିଙ୍କ ଉପରେ ସବୁଠୁ ଅଧିକ ବୋଲି କୁହାଯାଉଥିଲା। କିନ୍ତୁ ୨୫ ବର୍ଷୀୟ ଯୁବକଙ୍କ ମୃତ୍ୟୁ ପରେ ସେଠାକାର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଯୁବକଙ୍କ ବ୍ୟବଚ୍ଛେଦ ରିପୋର୍ଟରେ ମୃତ୍ୟୁର କାରଣ କରୋନା ଭୂତାଣୁ ବୋଲି ଦର୍ଶାଯାଇଛି। ଏହି ଘଟଣା ପରେ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଯୁବକଙ୍କ ଘର ଏବଂ ଆଖପାଖ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ଆଇସୋଲେଟ କରିଦିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories