www.samajalive.in
Saturday, December 6, 2025
15.1 C
Bhubaneswar

ଜମି ଆଗରେ ସମ୍ପର୍କ ଫିକା: ସାନ ଭାଇକୁ ଶାବଳରେ ପିଟି ମାରିଦେଲା ବଡ଼ ଭାଇ

ବାଲେଶ୍ବର: ଜମି ଆଗରେ ଫିକା ପଡ଼ିଲା ସମ୍ପର୍କ, ଯେଉଁଥିପାଇଁ ଭାଇର ଶତ୍ରୁ ପାଲଟିଗଲା ଭାଇ। ଜମି ପାଇଁ ସାନ ଭାଇକୁ ଶାବଳରେ ପିଟି ମାରିଦେଲା ବଡ଼ ଭାଇ। ଏଭଳି ଏକ ହତ୍ୟାକାଣ୍ଡ ଘଟିଛି ବାଲେଶ୍ବର ଜିଲା ସିମୁଳିଆ ବ୍ଲକ ଅବଜୁଣା ପଞ୍ଚାୟତର ଡୁଵିଆ ଗ୍ରାମରେ।

ସୂଚନା ଅନୁସାରେ, ଗ୍ରାମର ଦୁଇ ଭାଇଙ୍କ ମଧ୍ୟରେ ଜମିକୁ ନେଇ ବିବାଦ ଲାଗି ରହିଥିଲା। ଆଜି ଅପରାହ୍ନରେ ଏହି ବିବାଦ ଯୋଗୁ ଦୁଇ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ବଡ଼ ଭାଇ ଉତକ୍ଷିପ୍ତ ହୋଇ ଏକ ସାବଳରେ ସାନ ଭାଇକୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ସାନ ଭାଇର ମୃତ୍ୟୁ ହୋଇଥିଲା। ଖବର ପାଇ ସିମୁଳିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଅନ୍ୟପଟେ ଘଟଣା ପରେ ଫେରାର ହୋଇଯାଇଥିବା ବଡ଼ ଭାଇକୁ ପୁଲିସ ଅନ୍ୟ ଏକ ଗ୍ରାମରୁ ଗିରଫ କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories