www.samajalive.in
Saturday, December 6, 2025
16.1 C
Bhubaneswar

ଅଗଷ୍ଟରେ ହୋଇପାରେ ସଂସଦର ମୌସୁମୀ ଅଧିବେଶନ

ଆସନ୍ତା ମାସ ଅର୍ଥାତ୍ ଅଗଷ୍ଟ ତୃତୀୟ ସପ୍ତାହ ବେଳକୁ ସଂସଦର ମୌସୁମୀ ଅଧିବେଶନ ବସିପାରେ । ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ବୈଠକ  କିପରି ବସିବ ତାହାକୁ ନେଇ ବାଚସ୍ପତି ଓମ୍ ବିର୍ଲା ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସାମାଜିକ ଦୂରତ୍ବ, ମାସ୍କ ପରିଧାନ ପରି କୋବିଦ ମାର୍ଗଦର୍ଶିକାରେ ବୈଠକ ବସିବ ନା ଭିଡ଼ିଓ କନଫରେନ୍ସରେ ଭର୍ଚୁଆଲ ଅଧିବେଶନ ହେବ ସେ ସମ୍ପର୍କରେ ବିଚାରବିମର୍ଷ ଆରମ୍ଭ ହୋଇଛି ।

ସର୍ବନିମ୍ନ ଆବଶ୍ୟକ ସାଂସଦଙ୍କୁ ନେଇ ସଂସଦ କାର୍ଯ୍ୟ ଆହ୍ବାନ କରାଯିବାର ସମ୍ଭାବନା ରହିଛି । ସାମାଜିକ ଦୂରତ୍ବ ପାଳନ ସହ ଦର୍ଶକଙ୍କୁ ପ୍ରବେଶ ଅନୁମତି ଦିଆଯାଇ ନ ପାରେ ବୋଲି ସୂଚନା ମିଳିଛି ।

- Advertisement -

ଦେଶରେ କରୋନା ସ୍ଥିତି ଓ ଏହାର ମୁକାବିଲା ନେଇ ନିଆଯାଇଥିବା ପଦକ୍ଷେପ, ପ୍ରକୃତ ନିୟନ୍ତ୍ରଣ ରେଖାରେ ଭାରତ-ଚୀନ୍ ମଧ୍ୟରେ ସୃଷ୍ଟ ଉତ୍ତେଜନା ଓ ଦୁଇ ଦେଶର ଯବାନଙ୍କ ମଧ୍ୟରେ ହିଂସ୍ର ଲଢ଼େଇ ଆଦି ନେଇ ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି ।

ଭାରତୀୟ ସମ୍ବିଧାନର ବ୍ୟବସ୍ଥା ଅନୁସାରେ ସଂସଦର ଦୁଇଟି ଅଧିବେଶନ ୬ ମାସ ମଧ୍ୟରେ ବସିବା ଅନିବାର୍ଯ୍ୟ । ତେଣୁ ଅଗଷ୍ଟ ତୃତୀୟ ସପ୍ତାହ ବେଳକୁ ଅଧିବେଶନ ହେବା ନେଇ ଚର୍ଚା ଚାଲିଛି । ଏହି ଅଧିବେଶନରେ କେତେକ ଗୁରୁତ୍ବପୂର୍ଣ ପ୍ରସଙ୍ଗ ନେଇ ବିଲ୍ ଉପସ୍ଥାପନ ହେବ ବୋଲି ସୂଚନା ମିଳିଛି ।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories