ଦେଖନ୍ତୁ ଭିଡିଓ ; ଯୁବକ ବାଇକ୍‌ରେ ଠିଆ ହୋଇ କଲେ ବିପଦପୂର୍ଣ୍ଣ ଷ୍ଟଣ୍ଟ, ଟ୍ରକ୍‌ ସହ …

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭୟଭୀତ କରୁଥିବା ଅନେକ ଭିଡିଓ ଭାଇରାଲ୍‌ ହୋଇଥାଏ । ନିକଟରେ ଜଣେ ଯୁବକଙ୍କ ଏପରି ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି, ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି ।
ଭିଡିଓରେ ଦେଖିପାରିବେ ଜଣେ ଯୁବକ ବାଇକ୍‌ରେ ଷ୍ଟଣ୍ଟ କରିବା ସହ ଟ୍ରକ ସହ ଧକ୍କା ହୋଇଛି । ଯୁବକ ଜଣକ ଟ୍ରକ ନିକଟରେ ରାସ୍ତାରେ ନିଜ ବାଇକ୍‌ ଉପରେ ଠିଆ ହୋଇ ଷ୍ଟଣ୍ଟ କରୁଥିଲେ । ରାସ୍ତାରେ ଯାଉଥିବା ଗାଡି ଗୁଡିକ ଦ୍ରୁତ ଗତିରେ ଥିବା ଦେଖିପାରିବେ ।

ମାତ୍ର ଯୁବକ ଜଣକ ବାଇକ୍‌ ଉପରେ ଠିଆ ହୋଇ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରୁଥିଲେ । ସେହି ସମୟରେ ଅନିୟନ୍ତ୍ରିତ ହୋଇ ଟ୍ରକ ସହ ଧକ୍କା ହୋଇଥିଲା । ଯୁବକ ଜଣକ ଗୁରୁତର ଆହତ ହୋଇଥିଲେ । ଏଭଳି ବିପଦପୂର୍ଣ୍ଣ ଷ୍ଟଣ୍ଟ ନକରିବା ପାଇଁ ବାରମ୍ବାର ପରାମର୍ଶ ଦିଆଯାଉଛି । ଲୋକେ ଭିଡିଓକୁ ଦେଖି ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

 

Comments are closed.