www.samajalive.in
Friday, December 12, 2025
26.1 C
Bhubaneswar

ଚନ୍ଦ୍ରରେ ପାଣିର ସନ୍ଧାନ କଲା ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ, ୭ା୩: ଚନ୍ଦ୍ରରେ ପାଣିର ସନ୍ଧାନ ପାଇଛି ଚନ୍ଦ୍ରଯାନ-୩। ଚନ୍ଦ୍ରରେ ପାଣି ଗଚ୍ଛିତ ଅଛି କି ନାହିଁ ତାକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ତଥ୍ୟ ପ୍ରକାଶ ପାଇଛି। ମାତ୍ର ଇସ୍ରୋର ଚନ୍ଦ୍ରଯାନ-୩ ଅଭିଯାନରେ ମିଳିଥିବା ତଥ୍ୟ ଅନୁଯାୟୀ ଚନ୍ଦ୍ରରେ ବିପୁଳ ପରିମାଣର ପାଣି ବରଫ ଆକାରରେ ଗଚ୍ଛିତ ରହିଛି। ଏପରିକି ଏହି ପାଣିକୁ ବ୍ୟବହାର କରାଯାଇପାରିବ ବୋଲି କୁହାଯାଇଛି। ୨୦୨୩ ଅଗଷ୍ଟ ୨୩ରେ ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରିଥିଲା। ଏହି ସମୟରେ ଚନ୍ଦ୍ରଯାନ-୩ ତାପମାତ୍ରା ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇଥିଲା ଯାହା ସୂଚିତ କରୁଛି ଯେ ଚନ୍ଦ୍ରପୃଷ୍ଟର ତଳେ ବହୁମାତ୍ରାରେ ବରଫ ଗଚ୍ଛିତ ଅଛି। ଚନ୍ଦ୍ରଯାନ-୩ ଦ୍ବାରା ପ୍ରେରିତ ବିଭିନ୍ନ ତଥ୍ୟ ଉପରେ ଗବେଷଣା କରୁଥିବା ଦଳର ମୁଖ୍ୟ ଦୁର୍ଗାପ୍ରସାଦ କାରନାମ କହିବା ଅନୁଯାୟ ଚନ୍ଦ୍ରର ଦକ୍ଷିଣ ମେରୁରୁ ପୃଷ୍ଠ ତଳେ ବରଫ ଥିବା କାରଣରୁ ଅଞ୍ଚଳ ଭିତ୍ତିରେ ଚନ୍ଦ୍ରପୃଷ୍ଠର ତାପମାତ୍ରାରେ ପାର୍ଥକ୍ୟ ରହୁଛି।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories