www.samajalive.in
Saturday, December 6, 2025
23.1 C
Bhubaneswar

ୟେଶିହିଦେ ସୁଗା ଜାପାନର ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚିତ

ଟୋକିଓ: ଜାପାନର କ୍ଷମତାସୀନ ଲିବରାଲ ଡ଼େମୋକ୍ରାଟିକ୍ ପାର୍ଟି (ଏଲଡ଼ିପି) ଦେଶର ମୁଖ୍ୟ କ୍ୟାବିନେଟ୍ ସଚିବ ତଥା ୭୧ ବର୍ଷୀୟ ୟେଶିହିଦେ ସୁଗାଙ୍କୁ ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ କରିଛି । ସେ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସ୍ଥାନ ନେବେ । ବୁଧବାର ସିଞ୍ଜୋ ଆବେ ତାଙ୍କ ପଦରୁ ଇସ୍ତଫା ଦେବା ପରେ ଦଳ କ୍ୟାବିନେଟର ମୁଖ୍ୟ ସଚିବ ସୁଗାଙ୍କୁ ନିଜର ନେତା ବାଛିଚି । ସୁଗାଙ୍କୁ ୫୩୪ରୁ ୩୭୭ଟି ଭୋଟ ମିଳିଛି ।

ଦୀର୍ଘ ସମୟ ଧରି ଜାପାନର ପ୍ରଧାନମନ୍ତ୍ରୀ ଥିବା ସିଞ୍ଜୋ ଆବେ କୋଲାଇଟିସ ରୋଗରେ ପୀଡ଼ିତ ହେବା ପରେ ନିଜ ପଦରୁ ଇସ୍ତଫା ଦେଇଥିଲେ । ସିଞ୍ଜୋଙ୍କ ଘନିଷ୍ଠ ଥିବା ସୁଗାଙ୍କ ସହ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତଥା ଶିଗେରୁ ଇଶିବା ଓ ଏଲଡ଼ିପିର ନୀତି ନିର୍ଧାରକ କମିଟି ମୁଖ୍ୟ ଫ୍ୟୁମିଓ କିସିଦାଙ୍କ ସହ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା । ମାତ୍ର ଏଥି​‌ରେ ସୁଗା ବିଜୟୀ ହୋଇଥିଲେ । ସୁଗା ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଆବେଙ୍କର ଅତ୍ୟନ୍ତ ବିଶ୍ଵସ୍ତ ଥିଲେ । ସେ ଆବେଙ୍କର ପରାମର୍ଶଦାତା ଥିଲେ, ସରକାରଙ୍କ ମୁଖପାତ୍ର ଭାବରେ କାର୍ଯ୍ୟ କରିଥିଲେ ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories