www.samajalive.in
Saturday, December 6, 2025
26.1 C
Bhubaneswar

ଚମ୍ବଲ ନଦୀରେ ଓଲଟିଲା ଡଙ୍ଗା : ୭ ମୃତ,୮ ନିଖୋଜ

ରାଜସ୍ଥାନ : ରାଜସ୍ଥାନର ବୁନ୍ଦିରେ ଚମ୍ବଲ ନଦୀରେ ଏକ ଡଙ୍ଗା  ଓଲଟି ପଡିବାରୁ ୭ ଜଣଙ୍କର ମୃତ୍ୟୃୁ ଘଟିଛି ଓ ୮ ଜଣ ନିଖୋଜ ଅଛନ୍ତି। ଅଧିକ ଓଜନ ଯୋଗୁ  ଡଙ୍ଗାଟି  ଓଲଟି ପଡିବାରୁ ଡଙ୍ଗାରେ ଥିବା ଲୋକ ବୁଡ଼ି ଯାଇଥିଲେ, ଯଦିଓ ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ସୁରକ୍ଷିତ ଭାବେ ନଦୀରୁ ଉଦ୍ଧାର କରାଯାଇଥିଲା। ତେବେ ୮ ଜଣ ନିଖୋଜ ଥିବା ଜଣାପଡିଛି। ଏହି ସମସ୍ତ ଲୋକ କମଲେଶ୍ୱର ଧାମକୁ ଯିବା ପାଇଁ ଏକ ଡଙ୍ଗାରେ ଚମ୍ବଲ ନଦୀ ପାର ହେଉଥିଲେ।

କୋଟା ଜିଲ୍ଲାର ଇଟାୱା ସହର ପାଖ ଖାତୋଲି ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ସମୟରେ ଡଙ୍ଗାରେ ୩୦ ଜଣ ଲୋକ ଥିଲେ। ଏହି ଲୋକଙ୍କ ବ୍ୟତୀତ ଡଙ୍ଗାରେ ୧୪ଟି ବାଇକ୍ ମଧ୍ୟ ଥିଲା ଯାହା ନଦୀ ଆର ପଟକୁ ଯାଉଥିଲା।

- Advertisement -
Image Source : bhaskar.com

ଦୁର୍ଘଟଣା ପରେ ତୁରନ୍ତ ଗ୍ରାମବାସୀ  ଘଟଣାସ୍ଥଳରେ ପହଞ୍ଚି ବୁଡ଼ି ଯାଉଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ତେବେ ସ୍ରୋତ ଅଧିକ ଯୋଗୁଁ  କିଛି ଲୋକ ଭାସି ଯାଇଛନ୍ତି। ପୁଲିସ କହିଛି ଯେ ମୃତକମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଗୋଥାରା କଳାର ବାସିନ୍ଦା।

ସ୍ଥାନୀୟ ଲୋକମାନେ କହିଛନ୍ତି ଯେ କାଠ ଡଙ୍ଗାର ଅବସ୍ଥା ବହୁତ ଖରାପ ଥିଲା। ଏହା ପରେ ମଧ୍ୟ କ୍ଷମତା ଅପେକ୍ଷା ଅଧିକ ଯାତ୍ରୀ ବସିଥିଲେ। ନଦୀ ପାର ହେବା ପାଇଁ ଡଙ୍ଗା ସହିତ ବାଇକ୍ ଗୁଡିକୁ ମଧ୍ୟ ବନ୍ଦି ଦିଆଯାଇଥିଲା। ଏହି କାରଣରୁ ଡଙ୍ଗା ଓଜନ ସହି ନ ପରି ବୁଡ଼ିଗଲା।

Image Source : bhaskar.com

କୋଟା ସାଂସଦ ତଥା ଲୋକସଭା ବାଚସ୍ପତି ଓମ ବିର୍ଲା ଏହି ଦୁର୍ଘଟଣା ସମ୍ପର୍କରେ ପ୍ରଶାସନ ଠାରୁ ଅବଗତ ହୋଇଛନ୍ତି। ଅନ୍ୟ ପକ୍ଷରେ କୋଟାରୁ ଏସଡିଆରଏଫ ଦଳକୁ ଘଟଣାସ୍ଥଳକୁ ପଠାଯାଇଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories