କେନ୍ଦୁଝର : କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଜାମୁଦଲକ ଗାଁ ନିକଟ କାନପୁର ଡ଼୍ୟାମ କେନାଲରେ ଫସିଥିବା ୨ ହାତୀ ଛୁଆ ବୁଧବାର ଉଦ୍ଧାର ହୋଇଛନ୍ତି ବୋଲି ଜଣାପଡ଼ିଛି।
ସୂଚନା ଯୋଗ୍ୟ, ଗତକାଲି ରାତିରେ ବୈତରଣୀ ନଦୀ ପଟରୁ ୨୨ ଟିକିଆ ହାତୀପଲ ଜାମୁଦଲକ ପଟକୁ ଆସୁଥିଲେ। ପୁନରୁଦ୍ଧାର କାମ ଚାଲୁଥିବାରୁ କେନାଲରେ ୨ଟି ହାତୀଛୁଆ ଫସି ଯାଇଥିଲେ। ହାତୀପଲଙ୍କ ଚିତ୍କାର ଶୁଣି ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ। ଏହାପରେ ବହୁ ଚେଷ୍ଟା କରି ବନବିଭାଗ ହାତୀ ଛୁଆଙ୍କୁ ଉଦ୍ଧାର କରିଥିଲେ।
ଉଦ୍ଧାର ହେଲେ କେନାଲରେ ଫସିଥିବା ୨ ହାତୀ ଛୁଆ
Popular Categories



