www.samajalive.in
Friday, December 12, 2025
27.1 C
Bhubaneswar

ଯୋଗୀଙ୍କ ମନ୍ତ୍ରିମଣ୍ଡଳରୁ ରାଜଭର ବହିଷ୍କୃତ

ଲକ୍ଷ୍ନୌ : ସୁହେଲଦେବ ଭାରତୀୟ ସମାଜ ପାର୍ଟି (ଏସ୍‍ବିଏସ୍‍ପି) ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶ ସରକାରରେ କ୍ୟାବିନେଟ ମନ୍ତ୍ରୀ ଓମ ପ୍ରକାଶ ରାଜଭରଙ୍କୁ ସୋମବାର ମନ୍ତ୍ରିମଣ୍ଡଳରୁ ବହିଷ୍କୃତ କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜଭରଙ୍କୁ ବହିଷ୍କୃତ କରିବା ପାଇଁ ରାଜ୍ୟପାଳଙ୍କୁ ସୁପାରିଶ କରିଥିଲେ। ରାଜ୍ୟପାଳଙ୍କ ଅନୁମୋଦନ ମିଳିବା ପରେ ସୋମବାର ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ରାଜଭର କହିଛନ୍ତି ଯେ ସେ ଅପ୍ରେଲ ୧୩ରେ ନିଜ ପଦରୁ ଇସ୍ତଫା ଦେଇଥିଲେ । ଏବେ ବହିଷ୍କୃତ କରାଗଲେ ତାଙ୍କୁ କିଛି ଫରକ ପଡେନାହିଁ। ରାଜ୍ୟ ମନ୍ତ୍ରୀ ଅନୀଲ ରାଜଭରଙ୍କୁ ଓମପ୍ରକାଶଙ୍କ ମନ୍ତ୍ରାଳୟର ଦାୟିତ୍ୱ ପ୍ରଦାନ କରାଯାଇଛି।
ଓମ ପ୍ରକାଶ ରାଜଭରଙ୍କ ବ୍ୟତୀତ ୫ଟି ନିଗମରେ ତାଙ୍କ ପାର୍ଟିର ୭ ଅଧ୍ୟକ୍ଷ ଓ ସଦସ୍ୟଙ୍କୁ ପଦମୁକ୍ତ ବା ହଟାଇ ଦିଆଯାଇଛି। ଓମ ପ୍ରକାଶ ରାଜଭରଙ୍କ ପୁଅ ଅରବିନ୍ଦ ରାଜଭରଙ୍କୁ କ୍ଷୁଦ୍ର ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ବିଭାଗର ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଛି। ସେହିପରି ଉତ୍ତରପ୍ରଦେଶ ବିଜ ବିକାଶ ନିଗମ ଅଧ୍ୟକ୍ଷ ପଦରୁ ରାଣଶ ଅଜିତ ସିଂହ, ରାଷ୍ଟ୍ରୀୟ ଏକୀକରଣ ପରିଷଦରୁ ସୁନୀଲ ଅର୍କବଂଶୀ ଏବଂ ରାଧିକା ପଟେଲ, ପଶୁଧନ ବିକାଶ ପରିଷଦର ସଦସ୍ୟ ପଦରୁ ସୁଦାମା ରାଜଭର, ପଛୁଆ ବର୍ଗ ଆୟୋଗରୁ ଗଂଗାରାମ ରାଜଭର ଏବଂ ବୀରେନ୍ଦ୍ର ରାଜଭରଙ୍କୁ ହଟାଇ ଦିଆଯାଇଛି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories