www.samajalive.in
Monday, December 15, 2025
26.1 C
Bhubaneswar

୧୩ ହଜାର ବେଆଇନ ମଦ୍ରାସା ଉପରେ ବୁଲଡୋଜର ଚଳାଇବେ ଯୋଗୀ

ଉତ୍ତରପ୍ରଦେଶ: ବେଆଇନ ଭାବେ ଚାଲିଥିବା ମଦ୍ରାସା ଗୁଡିକର ଯାଞ୍ଚ ପାଇଁ ଗଠିତ ହୋଇଥିବା ଏସଆଇଟି ତଦନ୍ତ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଛି। ଏହି ରିପୋର୍ଟରେ ଉତ୍ତରପ୍ରଦେଶର ପ୍ରାୟ ୧୩ହଜାର ବେଆଇନ ମଦ୍ରାସା ବନ୍ଦ କରିବାକୁ ପରାମର୍ଶ ଦିଆଯାଇଛି। ୟୁପିର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏହି ରିପୋର୍ଟକୁ ନେଇ କହିଛନ୍ତି ଯେ ଶିକ୍ଷା ନାମରେ ଯଦି ଏଠାରେ ଦେଶ ବିରୋଧରେ କାର୍ଯ୍ୟକଳାପ ଚାଲିଥାଏ। ତେବେ ଏହାର ତଦନ୍ତ କରାଯାଇ ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏସଆଇଟି ଦେଇଥିବା ରିପୋର୍ଟ ଅନୁଯାୟୀ ୧୩ହଜାର ବେଆଇନ ମଦ୍ରାସା ବନ୍ଦ କରିବାକୁ ସୁପାରିଶ କରାଯାଇଛି। ଏଭଳି ଅଧିକାଂଶ ମଦ୍ରାସା ନେପାଳ ସୀମାବର୍ତ୍ତୀ ସହରରେ ରହିଛି। ସନ୍ଦେହ କରାଯାଉଛି ଯେ ହାୱଲା ମାଧ୍ୟମରେ ପ୍ରାପ୍ତ ହେଉଥିବା ଅର୍ଥରାଶି ଜରିଆରେ ଏହି ସବୁ ମଦ୍ରାସା ନିର୍ମାଣ କରାଯାଇଥିଲା। ଅଧିକାଂଶ ମଦ୍ରାସା ସେମାନଙ୍କ ଆକାଉଣ୍ଟର ସମୂର୍ଣ୍ଣ ତଥ୍ୟ ଦେଇପାରିନଥିଲେ। ପରିଚାଳକ ମାନେ ଦାନ ମାଧ୍ୟମରେ ମଦ୍ରାସା ନିର୍ମାଣ ହୋଇଥିବା କହିବା ସହ ଦାନ ଦେଇଥିବା ବ୍ୟକ୍ତିଙ୍କ ନାମ ଏବଂ ଠିକଣା ମଧ୍ୟ ପ୍ରକାଶ କରିପାରିନଥିଲେ। ଏହି ବେଆଇନ ମଦ୍ରାସାରୁ ଯେଉଁମାନେ ଶିକ୍ଷା ଲାଭ କରୁଛନ୍ତି ସେମାନେ କେଉଁଠାରେ ଚାକିରି ପାଇପାରନାହାଁନ୍ତି। ଗତ ୨୫ବର୍ଷ ମଧ୍ୟରେ ବାହରାଇଚ୍‍, ଶ୍ରାବସ୍ତି ପରି ଜିଲାରେ ଏହା ବହୁତ ଶୀଘ୍ର ନିର୍ମାଣ କରାଯାଇଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories