ଲକ୍ଷ୍ନୌ : ନିର୍ବାଚନ ଶେଷ ପରେ ଉତ୍ତରପ୍ରଦେଶ ସରକାର ମନ୍ତ୍ରିମଣ୍ଡଳ ଅଦଳବଦଳ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଖୁବ୍ ଶୀଘ୍ର ଏହା ଶେଷ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ମନ୍ତ୍ରିମଣ୍ଡଳର ତିନି ଜଣ ସଦସ୍ୟ ଲୋକସଭା ନିର୍ବାଚନରେ ବିଜୟଲାଭ କରିଥିବା ଓ ସହଯୋଗୀ ଦଳର ଜଣେ ମନ୍ତ୍ରୀଙ୍କୁ ବହିଷ୍କାର କରାଯାଇଥିବା ପରିପ୍ରେକ୍ଷୀରେ ପୁନର୍ଗଠନର ଆବଶ୍ୟକତା ରହିଥିବା ସେ କହିଛନ୍ତି। ମନ୍ତ୍ରୀ ସ୍ବତନ୍ତ୍ର ଦେବ ସିଂହ, ମହେନ୍ଦ୍ର ସିଂହ, ରୀତା ବହୁଗୁଣା ଯୋଶୀ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ସେହିପରି ଏସ୍ବିଏସ୍ପି ନେତା ସମ୍ପ୍ରକାଶ ରାଜଭରଙ୍କୁ ବହିଷ୍କାର କରାଯାଇଛି। ସେମାନଙ୍କ ସ୍ଥାନରେ ନୂଆ ମନ୍ତ୍ରୀଙ୍କୁ ନିଆଯିବ।
Popular Categories



