www.samajalive.in
Friday, December 12, 2025
14.1 C
Bhubaneswar

ଏମିତିବି ମୃତ୍ୟୁ ଆସେ : ଦୁଇଟି ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ

ଢେଙ୍କାନାଳ : ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ କଣ୍ଟାନାଳୀ ବାଇପାସ୍‍ ଛକ ଓ ପୌରାଞ୍ଚଳ ଅନ୍ତର୍ଗତ ଭଗବାନପୁର ଠାରେ ଟ୍ରକ୍‍ ଓ ଟିପ୍ପର ଧକ୍କାରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି।
ରାଧାଦେଈପୁର ଗ୍ରାମର ପୀତବାସ ରାଉତଙ୍କ ଝିଅ ଇତିଶ୍ରୀ ରାଉତ (୨୪) ସାବିତ୍ରୀ ଭାର ନେଇ ସୋମବାର ନିଜ ଭଉଣୀ ଘର ସିମିନଇ ଅଞ୍ଚଳକୁ ଯାଇଥିଲେ। ସେଠାରେ ସାବିତ୍ରୀ ଉପଲକ୍ଷେ ନେଇଥିବା ଭାରକୁ ଭଉଣୀ ଘରେ ଦେଇ ଦିନ ସାଢ଼େ ୧୨ଟାରେ ଏକ ଅଟୋ ଯୋଗେ ଢେଙ୍କାନାଳକୁ ଆସିଥିଲେ। ଢେଙ୍କାନାଳରେ ଯୁବତୀଙ୍କର ଜଣେ ସମ୍ପର୍କୀୟ ଭାଇ ଏକଘରିଆ ଅଞ୍ଚଳର ଅମରଜ୍ୟୋତି ସ୍ୱାଇଁଙ୍କ ସହ ଭେଟ ହେବାରୁ ସେ ତାଙ୍କସହ ବାଇକ୍‍ ଯୋଗେ କଣ୍ଟାନାଳୀ ଆଡକୁ ଯାଉଥିିଲେ। ୫୫ନଂ ଜାତୀୟ ରାଜପଥରେ ଏକ ଅଜଣା ଟ୍ରକ୍‍ ଦ୍ରୁତ ଗତିରେ ଆସି ଅପରାହ୍ନ ପ୍ରାୟ ସାଢେ ୪ଟାରେ ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା। ଟ୍ରକ୍‍ ଚକା ତଳେ ଅମରଜ୍ୟୋତି ପଡ଼ିଯିବାରୁ ଟ୍ରକ ଚକା ତାଙ୍କ ହେଲ୍‍ମେଟ୍‍ ସହ ମୁଣ୍ଡ ଉପରେ ଚଢ଼ିଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ଇତିଶ୍ରୀଙ୍କୁ ସ୍ଥାନୀୟ ଲୋକେ ଚିକିତ୍ସା ନିମନ୍ତେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ମଧ୍ୟ ତାଙ୍କର ସେଠାରେ ମୃତ୍ୟୁ ହୋଇଥିଲା।

ଏମିତିବି ମୃତ୍ୟୁ ଆସେ

ଘର ବାରଣ୍ଡାରେ ବସି ଦୁଇଜଣ ମହିଳା ଗପସପ କରୁଥିବାବେଳେ ଏକ ଟିପ୍ପର ଭାରସାମ୍ୟ ହରାଇ ଘର ଆଡ଼କୁ ମାଡ଼ିଯିବାରୁ ମହିଳା ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ଆଉ ଏକ ଘଟଣା ଜଣାପଡ଼ିଛି।
ଢେଙ୍କାନାଳ ପୌରାଞ୍ଚଳର ଭଗବାନପୁର ଅଞ୍ଚଳର ବିକାଶ ସାହୁଙ୍କ ଘର ବାରଣ୍ଡାରେ ବସି ତାଙ୍କ ପତ୍ନୀ ଅଶାନ୍ତି ସାହୁ (୪୦) ଓ ପଡ଼ୋଶୀ ଚିନା ବେହେରା (୭୨) ଗପସପ କରୁଥିଲେ। ସୋମବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଢେଙ୍କାନାଳ-କପିଳାସ ରାସ୍ତା ଦେଇ ଏକ ବାଲିବୋଝେଇ ଟିପ୍ପର କପିଳାସ ଅଭିମୁଖେ ଯାଉଥିବାବେଳେ ଭଗବାନପୁରଠାରେ ଭାରସାମ୍ୟ ହରାଇ ବିକାଶଙ୍କ ଘର ଆଡ଼କୁ ମାଡ଼ିଯାଇଥିଲା। ଫଳରେ ବାରଣ୍ଡାରେ ବସିଥିବା ଚିନା ଓ ଅଶାନ୍ତି ଟିପ୍ପରରେ ଚାପି ହୋଇ ପ୍ରାଣ ହରାଇଥିଲେ। ଟିପ୍ପର ଧକ୍କାରେ ବିକାଶଙ୍କର ଘର ଭାଙ୍ଗିଯାଇଥିବାବେଳେ ଧକ୍କା ଦେଇଥିବା ଟିପ୍ପର ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାଯାଇଛି। ଏହି ଘଟଣାକୁ କେନ୍ଦ୍ରକରି ଉତ୍ତେଜନା ପ୍ରକାଶ ପାଇବାସହ ସ୍ଥାନୀୟ ଅଞ୍ଚଳବାସୀ ନିଆଁ ଜାଳି ଢେଙ୍କାନାଳ-କପିଳାସ ରାସ୍ତାକୁ ଅବରୋଧ କରି ରଖିଥିଲେ। ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବାପରେ ଦୁଇଟି ପୃଥକ୍‍ ପୃଥକ୍‍ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଦୁଇଟି ଦୁର୍ଘଟଣା ଢେଙ୍କାନାଳ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories