ଡେସ୍କ: ଅଗରତାଲାରେ ଆରମ୍ଭ ହୋଇଥିବା ଖେଲୋ ଇଣ୍ଡିଆ କ୍ରୀଡ଼ା ଯୋଗାସନ ଶୃଙ୍ଖଳାରେ ଦେଶର ବିଭିନ୍ନ ପ୍ରାନ୍ତରୁ ୧୩ଟି ବିଶ୍ୱବିଦ୍ୟାଳୟର ଯୋଗ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ନାଗପୁରସ୍ଥିତ ରାଷ୍ଟ୍ରସନ୍ତ ଟୁକ୍ଦୋଜୀ ମହାରାଜ ବିଶ୍ୱବିଦ୍ୟାଳୟ, ସାବିତ୍ରୀବାଇ ଫୁଲେ ବିଶ୍ୱବିଦ୍ୟାଳୟ, ଲଭଲି ପ୍ରଫେସନାଲ ବିଶ୍ୱବିଦ୍ୟାଳୟ, ଦେବ ସଂସ୍କୃତ ବିଶ୍ୱବିଦ୍ୟାଳୟ ଏବଂ କଳିଙ୍ଗ ୟୁନିଭର୍ସିଟି ଅଫ୍ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ)ର ଯୋଗ ଛାତ୍ରଛାତ୍ରୀମାନେ ଏହି ପ୍ରତିଯୋଗିତାରେ ଭାଗ ନେଉଛନ୍ତି। ଏଥିରେ ମୋଟ ୧୬୦ ଜଣ ଖେଳାଳି ଓ ସହଯୋଗୀ କର୍ମଚାରୀ ଅଂଶଗ୍ରହଣ କରିଛନ୍ତି।
Popular Categories



