www.samajalive.in
Sunday, December 7, 2025
26.1 C
Bhubaneswar

ଆତ୍ମବିଶ୍ୱାସ କିପରି ମାନସିକ ଓ ଶାରୀରିକ ସ୍ତରରେ କରିବ ଶକ୍ତିଶାଳୀ

ଡେସ୍କ: ମନରେ ଆତ୍ମବିଶ୍ୱାସ ସୁଦୃଢ ରହିଥିଲେ ଏହା ଆପଣଙ୍କ ଶରୀରକୁ ମାନସିକ ଓ ଶାରିରୀକ ସ୍ତରରେ ଅଧିକ ଶକ୍ତିଶାଳୀ କରିପାରିବ। ନିୟମିତ ବ୍ୟାୟମ, ଯୋଗ ଏବଂ ଧ୍ୟାନ କରିବା ଦ୍ୱାରା ମାନସିକ ସ୍ତରରେ ଜଣେ ସୁସ୍ଥ ରହିପାରିବ।

ଯୋଗ ଏବଂ ଧ୍ୟାନର ଗୁରୁତ୍ୱ:
ବିଶେଷଜ୍ଞଙ୍କ ମତ ଅନୁଯାୟୀ, ଯଦି ମାନସିକ ସମସ୍ୟା ଅତ୍ୟନ୍ତ ଗମ୍ଭୀର ନୁହେଁ ତେବେ ଯୋଗ ଏବଂ ବ୍ୟାୟାମ ସାହାଯ୍ୟରେ ଏହାକୁ ବହୁ ପରିମାଣରେ ନିୟନ୍ତ୍ରଣ କରାଯାଇପାରିବ । “ସ୍ନାୟୁ, ଉଦାସୀନତା, ଚିନ୍ତା ଇତ୍ୟାଦି ମାନସିକ ସମସ୍ୟାକୁ ଦୂର କରିବା ପାଇଁ ନିୟମିତ ବ୍ୟାୟାମଠାରୁ ଭଲ କିଛି ନାହିଁ । ଜଣେ ଅସୁସ୍ଥ ଅନୁଭବ କରୁଥିଲେ ଯୋଗ ଏବଂ ଧ୍ୟାନକୁ ଚ୍ୟାଲେଞ୍ଜ ଭଳି ଗ୍ରହଣ କରି ପ୍ରତ୍ୟେକ ଦିନ ଯୋଗ କରିବା ଉଚିତ। ଆତ୍ମବିଶ୍ୱାସ ନିଜକୁ ଉତ୍ସାହିତ କରିବାରେ ସାହାର୍ଯ୍ୟ କରିଥାଏ ଏବଂ ଏହାର ସକରାତ୍ମକ ମଧ୍ୟ ପ୍ରଭାବ ପଡିଥାଏ।

- Advertisement -

• ବ୍ୟାୟାମ କରିବା ଦ୍ୱାରା ମାଂସପେଶୀ ମଜଭୁତ ହୁଏ
• ଜଗିଂ, ଏରୋବିକ୍ସ, ସ୍କିପିଂ ଖେଳିବା ଭଳି ନିୟମିତ କାର୍ଯ୍ୟକଳାପ ଲାଭଦାୟକ ଅଟେ। ବ୍ୟାଡମିଣ୍ଟନ୍‍, ଟେବୁଲ ଟେନିସ୍‍ ଭଳି ଖେଳଗୁଡିକ ଖେଳିବା ଦ୍ୱାରା ଶାରୀରିକ ଦକ୍ଷତା ବୃଦ୍ଧି ପାଇଥାଏ।
• ପ୍ରତ୍ୟେକ ଦିନ ଅଧିକ ସମୟ ନହେଲେ ବି ଅଳ୍ପ ସମୟ ତୀବ୍ର ଚାଲିବାକୁ ପ୍ରୟାସ କରନ୍ତୁ। ବୃଦ୍ଧାବସ୍ଥାରେ ସୁସ୍ଥ ରହିବା ପାଇଁ ହାଲୁକା ବ୍ୟାୟାମ ଏବଂ ଯୋଗ କରିବା ଅତ୍ୟନ୍ତ ଜରୁରୀ।
• କିଛି ଦିନ କମ ଓଜନ ଏବଂ କିଛି ଦିନ ଅଧିକ ଓଜନ ଜିନିଷ ଉଠାଇବାକୁ ଚେଷ୍ଟା କରନ୍ତୁ। ଏହାସହିତ ମାଂସପେଶୀ ସହଜରେ ଶରୀରର ଆବଶ୍ୟକତା ସହିତ ଖାପ ଖାଇବ। ବ୍ୟାୟାମ ପରେ ତୁରନ୍ତ ପ୍ରୋଟିନ୍‍ ଯୁକ୍ତ ଖାଦ୍ୟ ଖାଆନ୍ତୁ।

ନିଜକୁ ଅସହାୟ ମନେ କରନ୍ତୁ ନାହିଁ:

ଯେ କୌଣସି ପରିସ୍ଥିତିରେ ନିଜକୁ କେବେ ବି ଅସହାୟ ମନେ କରିବା ଉଚିତ ନୁହେଁ ଏବଂ ଆତ୍ମବିଶ୍ୱାସ ହେଉଛି ସବୁଠାରୁ ବଡ ଶକ୍ତି। କୌଣସି ମାରାତ୍ମକ ରୋଗରେ ପୀଡିତ ହୋଇ ଜଣେ ଯଦି ସୁସ୍ଥ ହେଉଥିବେ ତେବେ ସେ ସକରାତ୍ମକ ଚିନ୍ତାଧାରା ଉପରେ ଗୁରୁତ୍ୱାରୋପ କରିବା ଅତ୍ୟନ୍ତ ଜରୁରୀ। ବ୍ୟାୟାମ ଶରୀରକୁ ଏବଂ ସକରାତ୍ମକ ଚିନ୍ତାଧାରା ମନକୁ ମଜଭୁତ କରିଥାଏ।

ଯଦି ଅପାଣଙ୍କର ଆତ୍ମବିଶ୍ୱାସ ରହିଛି, ତେବେ ଆପଣ ନିଜ ମାଂସପେଶୀକୁ ମଜବୁତ କରିପାରିବେ। ଏବଂ ବ୍ୟାୟାମ ସାହାଯ୍ୟରେ ଆଥଲେଟଙ୍କ ପରି ଶକ୍ତି ହାସଲ କରିପାରିବେ। ହେଲେ ଅତ୍ୟଧିକ ଆତ୍ମବିଶ୍ୱାସରୁ ଦୂରେଇ ରହିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories