www.samajalive.in
Sunday, December 7, 2025
26.1 C
Bhubaneswar

ଜାଣନ୍ତୁ କ’ଣ ରହିଛି ହଳଦିଆ ରଙ୍ଗର ମହତ୍ତ୍ୱ

ଶୁଭକାର୍ଯ୍ୟ କରିବା ସମୟରେ ବହୁ ଲୋକେ ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରିଥାଆନ୍ତି। ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ହଳଦିଆ ରଙ୍ଗର ଖୁବ ମହତ୍ତ୍ୱ ରହିଛି। ହଳଦିଆ ରଙ୍ଗର ସମ୍ବନ୍ଧ ଗୁରୁ ବୃହସ୍ପତିଙ୍କ ସହ ଜଡ଼ିତ ବୋଲି କୁହାଯାଏ। ଏହା ସୂର୍ଯ୍ୟଙ୍କ ଚମକୁ ଥିବାର ରଙ୍ଗ ମାନଙ୍କ ମଧ୍ୟରୁ ଏକ ଅଂଶ ଅଟେ। ଏହି ରଙ୍ଗର ସ୍ୱଭାବରୁ ଉଷ୍ଣ ଓ ଶକ୍ତି ପ୍ରଦାନ କରୁଥିବା ରଙ୍ଗ। ଜାଣନ୍ତୁ ହଳଦିଆ ରଙ୍ଗର ମହତ୍ତ୍ୱ ବିଷୟରେ ….
ଏହି ରଙ୍ଗର ମନକୁ ସଠିକ ରଖିବାର କ୍ଷମତା ରହିଛି।
ଏହା ବୃହସ୍ପତିଙ୍କ ପ୍ରଧାନ ରଙ୍ଗ ଅଟେ।
ଏହି ରଙ୍ଗ ଜୀବନରେ ଶୁଭସମୟ ଆଣିଥାଏ।
ମନରେ ଆସୁଥିବା ନକରାତ୍ମକ ଭାବନାକୁ ଦୂର କରିଥାଏ।
ଏହି ରଙ୍ଗକୁ ନିୟମିତ ପରିଧାନ କଲେ ଜ୍ଞାନ ପ୍ରାପ୍ତି ହୋଇଥାଏ।
ଜ୍ଞାନ ହିଁ ମନୁଷ୍ୟକୁ ସଠିକ ମାର୍ଗରେ ଯିବା ପାଇଁ ପ୍ରେରଣା ଦେଇଥାଏ।
ଆବଶ୍ୟକ ପରିମାଣରେ ସପ୍ତାହକୁ ୨ ରୁ ୩ଥର ଏହି ରଙ୍ଗକୁ ପରିଧାନ କରିବା ଦ୍ୱାରା ପାଚନ ତନ୍ତ୍ର, ରକ୍ତ ସଞ୍ଚାଳନ ଓ ଚକ୍ଷୁ ଉପରେ ଉତ୍ତମ ପ୍ରଭାବ ପକାଇଥାଏ।
କିପରି କରିବେ ହଳଦିଆ ରଙ୍ଗର ବ୍ୟବହାର –
ପାଠପଢିବା ସମୟରେ ଓ ପୂଜା ସମୟରେ ହଳଦିଆ ରଙ୍ଗର ଦ୍ରବ୍ୟ ବ୍ୟବହାର କରନ୍ତୁ। ପୂଜାର୍ଚ୍ଚନା ସମୟରେ ହଳଦିଆ ରଙ୍ଗର ଫୁଲ ମଧ୍ୟ ଭଗବାନଙ୍କୁ ଅର୍ପଣ କରନ୍ତୁ।
ଗୃହ ବାହାରର କାନ୍ଥକୁ ହଳଦିଆ ରଙ୍ଗ କରନ୍ତୁ।
ଗୃହର ଭିତର ଅଂଶରେ ହାଲକା ହଳଦିଆ ରଙ୍ଗ ଅଳ୍ପ ପରିମାଣରେ ଲଗାନ୍ତୁ।
ନିଜ ପାଖରେ ସର୍ବଦା ହଳଦିଆ ରଙ୍ଗର ରୁମାଲ ରଖନ୍ତୁ। ଏହା ନକରାତ୍ମକ ଶକ୍ତି ଠାରୁ ଆପଣଙ୍କୁ ଦୂରେଇ ରଖିବାରେ ସହାୟକ ହୋଇଥାଏ।
ନିୟମିତ ହଳଦିଆ ରଙ୍ଗର ତିଳକ ଲଗାନ୍ତୁ। ଏହା ଦ୍ୱାରା ମନ ଶାନ୍ତ ଓ ଶୁଦ୍ଧ ରହିଥାଏ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories