ଗୁରୁଡିଝାଟିଆ: ବାତ୍ୟା ୟାସ ପାଇଁ ଗୁରୁଡିଝାଟିଆ ଅଞ୍ଚଳରେ ପବନ ସାଙ୍ଗକୁ ବର୍ଷା ଆରମ୍ଭ ହୋଇଗଲାଣି। ଗତକାଲି ରାତିରେ ଝିପିଝିପି ବର୍ଷା ଲାଗିରହିବା ପରେ ଆଜି ସକାଳେ ମଧ୍ୟ ବର୍ଷା ଅନୁଭୂତ ହୋଇଥିଲା। ହେଲେ ଅପରାହ୍ନରେ ପବନର ବେଗ ଆସ୍ତେ ଆସ୍ତେ ବଢିବାରେ ଲାଗିଛି। ବାତ୍ୟା ପାଇଁ ସାଧାରଣ ଲୋକ ସଜାଗ ହୋଇଛନ୍ତି। ଏପରିକି ଆଠଗଡ ଉପଖଣ୍ଡ ପ୍ରଶାସନ ପକ୍ଷରୁ ଗୁରୁଡିଝାଟିଆ ଓ ଖୁଣ୍ଟୁଣୀ ଥାନା ଅଞ୍ଚଳରେ ଥିବା ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟକୁ ଅସ୍ଥାୟୀ ଥଇଥାନ କେନ୍ଦ୍ର ଭାବରେ ବନ୍ଦୋବସ୍ତ କରାଯାଇଛି।
Popular Categories



