www.samajalive.in
Sunday, December 14, 2025
19.1 C
Bhubaneswar

ଶେଷ ଲିଗ୍‌ ମ୍ୟାଚ୍‌ରେ ହାଇଦରାବାଦକୁ ହରାଇଲା ପଞ୍ଜାବ

ମୁମ୍ବଇ : ଚଳିତ ଆଇପିଏଲ୍‌ର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ବିଜୟୀ ହୋଇଛି ପଞ୍ଜାବ କିଙ୍ଗ୍‌ସ। ପୂର୍ବରୁ ପ୍ଲେଅଫ୍ ପାଇଁ ୪ଟି ଦଳ ଯୋଗ୍ୟତା ଅର୍ଜନ କରି ସାରିଥିବା ବେଳେ ରବିବାରର ମ୍ୟାଚ୍‌ କେବଳ ଔପଚାରିକ ଥିଲା। ଏଥିରେ ସନ୍‌ରାଇଜର୍ସ ହାଇଦରାବାଦକୁ ୫ ୱିକେଟରେ ସହଜରେ ପଞ୍ଜାବ କିଙ୍ଗ୍‌ସ ପରାସ୍ତ କରିଛି। ଅଭିଷେକ ଶର୍ମାଙ୍କ ଦର୍ଶନୀୟ ଇନିଂସ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ପୂର୍ବତନ ଚମ୍ପିଆନ୍‌ ସନ୍‌ରାଇଜର୍ସ ହାଇଦରାବାଦ ୮ ୱିକେଟରେ ୧୫୭ ରନ୍‌ କରିଥଲା। ପରେ ଶିଖର ଧାୱନ ଓ ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ୍‌ଙ୍କ ଆକର୍ଷଣୀୟ ଇନିଂସ ବଳ​‌େ​‌ର ୧୫.୧ ଓଭରରେ ୫ ୱିକେଟ ହରାଇ ପଞ୍ଜାବ ଜିତିଥିଲା। ୧୪ଶ ମ୍ୟାଚ୍‌ରେ ୭ମ ବିଜୟ ପରେ ପଞ୍ଜାବ କିଙ୍ଗ୍‌ସ ୬ଷ୍ଠ ସ୍ଥାନରେ ରହି ଅଭିଯାନ ଶେଷକରିଛି। ସନ୍‌ରାଇଜର୍ସ ୧୪ଟି ମ୍ୟାଚ୍‌ରୁ ୮ଟି ହାରି ୮ମ ସ୍ଥାନରେ ରହି ବିଦାୟ ନେଇଛି। କ୍ରମାଗତ ୫ଟି ବିଜୟ ପରେ ଶେଷ ୭ଟି ମ୍ୟାଚ୍‌ରୁ ହାଇଦରାବାଦ ୬ଷ୍ଠ ମ୍ୟାଚ୍‌ ହାରିଛି।
୧୫୮ ରନ୍‌ ଲକ୍ଷ୍ୟରେ ପଞ୍ଜାବ କିଙ୍ଗ୍‌ସ ବିସ୍ଫୋରକ ଭାବେ ଇନିଂସ ଆରମ୍ଭ କରିଥିଲା। ୩ ଓଭରରେ ସ୍କୋର୍ ୨୮ ଥିବା ବେଳେ ଜନି ବେୟାରଷ୍ଟୋ ୧୫ ବଲ୍‌ରୁ ୫ଟି ଚୌକା ସହ ୨୩ ରନ୍‌କରି ଆଉଟ୍‌ ହୋଇଥିଲେ। ପରେ ଶିଖର ଧାୱନ୍ ଓ ଶାହ୍‌ରୁଖ ଖାଁ ୪୮ ରନ୍‌ ଯୋଡ଼ିଥିଲେ। ଶାହ୍‌ରୁଖ୍ ୧୦ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୧୯ ରନ୍‌ କରିଥିଲେ। ଅଧିନାୟକ ମୟଙ୍କ ଅଗ୍ରୱାଲ ୧ ରନ୍‌କରି ବିଦାୟ ନେଇଥିଲେ। ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ୍ କ୍ରିଜ୍‌କୁ ଆସି ଛକା ବର୍ଷା କରିଥିଲେ। ଧାୱନ ଓ ଲିଭିଙ୍ଗ୍‌ଷ୍ଟୋନ୍‌ ଦ୍ରୁତ ୪୨ ରନ୍‌ ଯୋଡ଼ିଥିଲେ। ଧାୱନ ୩୨ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୩୯ ରନ୍‌କରି ଆଉଟ୍‌ ହୋଇଥିଲେ। ଜିତେଶ ଶର୍ମା ମାତ୍ର ୭ଟି ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ଦ୍ରୁତ ୧୯ ରନ୍‌ କରିଥିଲେ। ଲିଭିଙ୍ଗ୍‌ଷ୍ଟୋନ୍ ବିସ୍ଫୋରକ ଇନିଂସ ଖେଳି ୨୨ ବଲ୍‌ରୁ ୫ଟି ଛକା ଓ ୨ଟି ଚୌକା ସହ ୪୯ ରନ୍‌କରି ଅପରାଜିତ ଥିଲେ। ଫଜଲ୍‌ହକ୍ ଫାରୁକି ୨ଟି ୱିକେଟ ନେଇଥିଲେ।
ସନ୍‌ରାଇଜର୍ସ ହାଇଦରାବାଦ ଟସ୍ ଜିତି ବ୍ୟାଟିଂ ନେବା ପରେ ପ୍ରିୟମ୍ ଗର୍ଗ ୪ ରନ୍‌କରି ଆଉଟ୍‌ ହୋଇଥିଲେ। ୨ୟ ୱିକେଟ ପାଇଁ ଅଭିଷେକ ଶର୍ମା ଓ ରାହୁଲ ତ୍ରିପାଠୀ ୪୭ ରନ୍‌ ଯୋଡ଼ିଥିଲେ। ରାହୁଲ ୧୮ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୨୦ ରନ୍‌ କରିଥିଲେ। ଅଭିଷେକ ଶର୍ମା ୩୨ ବଲ୍‌ରୁ ୨ଟି ଛକା ଓ ୫ଟି ଚୌକା ସହ ୪୩ ରନ୍‌ କରିଥିଲେ। ନିକୋଲାସ୍ ପୁରନ୍ ମାତ୍ର ୫ ରନ୍‌ କରି ପାରିଥିଲେ। ଐଡେନ ମାର୍କରାମ୍ ୧୭ ବଲ୍‌ରୁ ୨ଟି ଚୌକା ସହ ୨୧ ରନ୍‌ କରିଥିଲେ। ସନ୍‌ରାଇଜର୍ସ ୯୬ ରନ୍‌ରେ ୫ଟି ୱିକେଟ ହରାଇବା ପରେ ୱାଶିଂଟନ ସୁନ୍ଦର ଓ ରୋମାରିଓ ସେଫର୍ଡଙ୍କ ଲଢ଼ୁଆ ଇନିଂସ ଯୋଗୁଁ ଦଳ ଦେଢ଼ଶହ ରନ୍‌ ଅତିକ୍ରମ କରି ପାରିଥିଲା। ଦୁହେଁ ୨୯ ବଲ୍‌ରୁ ୫୮ ରନ୍‌ ଯୋଡ଼ିଥିଲେ। ସୁନ୍ଦର ୧୯ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୫ ରନ୍‌ କରିଥିଲେ। ସେଫର୍ଡ ୧୫ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୨୬ ରନ୍‌କରି ଅପରାଜିତ ଥିଲେ। ନାଥାନ୍ ଏଲିସ୍ ଓ ହରପ୍ରୀତ ବ୍ରାର ୩ଟି ଲେଖାଏଁ ୱିକେଟ ନେଇଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories