www.samajalive.in
Monday, December 15, 2025
26.1 C
Bhubaneswar

ୱାର୍ଲ୍ଡ ଟୁରିଜିମ ମାର୍କେଟରେ ଝଲସିଲା ଓଡ଼ିଶା ପର୍ଯ୍ୟଟନ

ଭୁବନେଶ୍ୱର: ବିଶ୍ୱ ଦରବାରରେ ଓଡ଼ିଶା ପର୍ଯ୍ୟଟନକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଲଣ୍ଡନ ଏକ୍ସେଲ ସେଣ୍ଟରରେ ଅନୁଷ୍ଠିତ ୱାର୍ଲ୍ଡ ଟୁରିଜିମ ମାର୍କେଟ(ଡବ୍ଲ୍ୟୁଟିଏମ)-୨୦୨୪ରେ ଓଡ଼ିଶା ପାଭିଲିୟନକୁ ଉଦ୍‌ଘାଟନ କରିଛନ୍ତି। ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ୟୁନାଇଟେଡ କିଙ୍ଗଡମ୍‌ର ଭାରତୀୟ ହାଇ-କମିଶନର ବିକ୍ରମ ଦୋରାଇସ୍ୱାମୀଙ୍କ ସହ ତେଲଙ୍ଗାନାର ପର୍ଯ୍ୟଟନ ମନ୍ତ୍ରୀ ଜୁପଲି କ୍ରୀଷ୍ଣା ରାଓ ଏବଂ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟର ମହାନିର୍ଦ୍ଦେଶକା ମୁଗ୍ଧା ସିହ୍ନା ମଧ୍ୟ ଉପସ୍ଥିତ ଥିଲେ। ୱାର୍ଲ୍ଡ ଟୁରିଜିମ ମାର୍କେଟ-୨୦୨୪ରେ ଓଡ଼ିଶା ପାଭିଲିୟନକୁ ଉଦ୍‌ଘାଟନ କରିବା ନିମନ୍ତେ ଏହି ଉତ୍ସବରେ ଶ୍ରୀମତୀ ପରିଡାଙ୍କୁ ସମ୍ମାନିତ କରାଯାଇଛି। ଏହା ସହ ଅନ୍ୟ ପ୍ରତିଷ୍ଠିତ ରାଜ୍ୟର ପର୍ଯ୍ୟଟନ ପାଭିଲିୟନକୁ ମଧ୍ୟ ପରିଦର୍ଶନ କରିଛନ୍ତି ଶ୍ରୀମତୀ ପରିଡ଼ା।

ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ନେତୃତ୍ୱରେ ଲଣ୍ଡନ ଗସ୍ତ କରିଥିବା ଉଚ୍ଚସ୍ତରୀୟ ପ୍ରତିନିଧିବୃନ୍ଦ ୟୁକେସ୍ଥିତ ପ୍ରମୁଖ ନିବେଶକ, ଅଂଶୀଦାର ଓ ଉଦ୍ୟୋଗୀମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ବୈଠକରେ ପ୍ରତିନିଧିବୃନ୍ଦ ଇନ୍ଦସ୍‌ ଏକ୍ସପେରିଏନ୍ସର ନିର୍ଦ୍ଦେଶକ ମିଷ୍ଟର ୟାଶୀନ ଜାରଗରଙ୍କ ସହ ୟୁକେ ମାର୍କେଟରେ ଓଡ଼ିଶା ପର୍ଯ୍ୟଟନର ବିକାଶକୁ ପ୍ରୋତ୍ସାହିତ କରିବା ବିଷୟରେ ଆଲୋଚନା କରିଛନ୍ତି। ଏଥିସହ ସିଗ୍ନେଚର ହସ୍ପିଟାଲିଟି ଗ୍ରୁପର ପ୍ରତିଷ୍ଠାତା ଓ ସିଇଓ ରମେଶ ଅରୋରାଙ୍କ ସହ ଓ ପିଆଇଓ ଚାମ୍ବର ଅଫ କମର୍ସ୍‌ ଆଣ୍ଡ ଇଣ୍ଡଷ୍ଟ୍ରୀ(ପିଆଇଓସିସିଆଇ)ର ସେକ୍ରେଟାରୀ ଓ ଇଣ୍ଟରନାସନାଲ କୋଡିନେଟର ତଥା ପିଆଇଓ ଟିଭିର ଚେୟାରମ୍ୟାନ, ମ୍ୟାନେଜିଂ ଡାଇରେକ୍ଟର ମନୀଷ ଗୁପ୍ତାଙ୍କ ସହ ମଧ୍ୟ ପ୍ରତିନିଧିବୃନ୍ଦ ଆଲୋଚନା କରିଛନ୍ତି। ଆଲୋଚନାରେ ବିଶେଷ କରି ପର୍ଯ୍ୟଟନ ବିଭାଗର ପୁନଃବିକାଶ ଓ ବିଭାଗ ଅଧିନସ୍ଥ ସମ୍ପତ୍ତି ପାଇଁ ପୁଞ୍ଜିନିବେଶ, ୟୁରୋପିୟାନ ବଜାରରେ ଓଡ଼ିଶା ପର୍ଯ୍ୟଟନର ଲୋକାଦୃତି ବୃଦ୍ଧି ଓ ଆତିଥ୍ୟ କ୍ଷେତ୍ରରେ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories