www.samajalive.in
Friday, December 5, 2025
26.1 C
Bhubaneswar

ଫଟୋ ପାଇଁ ହ୍ୱାଟ୍ସଆପ୍‌ ଆଣିଲା ନୂଆ ଜବରଦସ୍ତ ଫିଚର୍‌; ମିଳିବ ଏସବୁ ଲାଭ..

ନୂଆଦିଲ୍ଲୀ : ହ୍ୱାଟ୍ସଆପ୍‌ ଆଣୁଛି ଏକ ନୂଆ ଫିଚର୍‌ । ଏହାଦ୍ୱାରା ଉପଭୋକ୍ତା ଜାଣି ପାରିବେ, ଯେକୌଣସି ଫଟୋ ଅସଲି କିମ୍ବା ନକଲି । ଏହି ଫିଚର୍‌ ସାହାଯ୍ୟରେ ଯେକୌଣସି ଫଟୋକୁ ଯାଞ୍ଚ କରି ପାରିବେ ଏହା ଇଣ୍ଟରନେଟ୍‌ରେ କେଉଁଠାରେ ରହିଛି କି ନାହିଁ । ଏହି ଫିଚର୍‌ ଏବେ କିଛି ଚୟନକାରୀ ଉପଭୋକ୍ତାଙ୍କୁ ଦିଆଯାଇଛି । ଏହାସହ ଖୁବ୍‌ ଶୀଘ୍ର ସମସ୍ତ ଉପଭୋକ୍ତାଙ୍କୁ ଏହି ସୁବିଧା ମିଳିବ । ବର୍ତ୍ତମାନ ସମୟରେ ଅଧିକାଂଶ ସ୍ଥାନରେ ଲୋକେ ଭୁଲ୍‌ ଫଟୋକୁ ବ୍ୟବହାର କରି ମିଥ୍ୟା ଖବର ପ୍ରଚାର କରୁଛନ୍ତି । ହ୍ୱାଟ୍ସଆପ୍‌ ଏହି ସମସ୍ୟାର ସମାଧାନ କରିବା ପାଇଁ ନୂଆ ଫିଚର୍‌ ଆଣୁଛି । ଏହାର ସାହାଯ୍ୟରେ ଯେକୌଣସି ଫଟୋ ଅସଲି କିମ୍ବା ନକଲି ଜାଣି ପାରିବେ । ସଠିକ୍‌ ସୂଚନା ମିଳିବା ସହ ଭୁଲ୍‌ ତଥ୍ୟରୁ ଦୂରେଇ ରହିବେ।

ନଭେମ୍ବରରେ ୭ ଗ୍ରହଙ୍କ ଚଳନ; ଜାଣନ୍ତୁ କେଉଁ କେଉଁ ରାଶି ହେବେ ଭାଗ୍ୟଶାଳୀ, ଖାଲି ଧନ ନୁହେଁ ବଦଳିଯିବ ଭାଗ୍ୟ..

- Advertisement -

ଏହି ଫିଚରର ବ୍ୟବହାର କରିବା ପାଇଁ ଆପଣଙ୍କୁ ସେହି ଫଟୋ ଉପରେ କ୍ଲିକ୍‌ କରିବାକୁ ପଡିବ ଯେଉଁ ଫଟୋକୁ ଯାଞ୍ଚ କରିବାକୁ ଚାହୁଁଛନ୍ତି । ଏହାପରେ ୩ଟି ବିନ୍ଦୁ ଉପରେ କ୍ଲିକ୍‌ କରନ୍ତୁ । ୱେବରେ ଏହାକୁ ଖୋଜି ଚୟନ କରନ୍ତୁ । ଏହାପରେ ହ୍ୱାଟ୍ସଆପ୍‌ ସେହି ଫଟୋକୁ ଇଣ୍ଟରନେଟ୍‌ରେ ସର୍ଚ୍ଚ କରି ଆପଣଙ୍କୁ ଜଣାଇବ ଫଟୋ ପ୍ରଥମେ କେଉଁଠାରେ ରହିଛି । ଏହାଦ୍ୱାରା ଆପଣ ଜାଣି ପାରିବେ ଫଟୋ ଅସଲି କି ନକଲି ।

ବର୍ଷଯାକ କରିବାକୁ ପଡିବନି ରିଚାର୍ଜ; ଜାଣନ୍ତୁ ଏୟାରଟେଲ୍‌ର ସବୁଠାରୁ ଶସ୍ତା ପ୍ଲାନ୍‌ ବିଷୟରେ..

ପୂର୍ବରୁ ଉପଭୋକ୍ତା ଫଟୋକୁ ଡାଉନଲୋଡ କରିବା ପରେ ଅଲଗା ସର୍ଚ୍ଚ କରିବାକୁ ପଡୁଥିଲା । ମାତ୍ର ବର୍ତ୍ତମାନ ଏବେ ସବୁକିଛି ୱାଟ୍ସଆପ୍‌ରେ ହିଁ ହେବ । ଏହାଦ୍ୱାରା ଉପଭୋକ୍ତାଙ୍କର ସମୟ ବଞ୍ଚିବ । ଅଧିକ ପରିଶ୍ରମ କରିବାକୁ ପଡିବ ନାହିଁ ।
ଏହି ଫିଚର୍‌କୁ ବ୍ୟବହାର କରିବା ସମ୍ପୂର୍ଣ୍ଣ ଭାବେ ନିଜ ଉପରେ ହିଁ ନିର୍ଭର କରେ । ନିଜ ଇଚ୍ଛା ମୁତାବକ ଏହାର ବ୍ୟବହାର କରି ପାରିବେ ନଚେତ୍‌ ନୁହେଁ । ଯେଉଁ ଫଟୋକୁ ସର୍ଚ୍ଚ କରିବେ, ତାହାକୁ ଗୁଗଲକୁ ପଠାଯାଏ । ହ୍ୱାଟ୍ସଆପ୍‌ ଏହାକୁ ରଖେ ନାହିଁ । ଆପଣଙ୍କୁ ସଠିକ୍‌ ତଥ୍ୟ ଦେବା ପାଇଁ ହ୍ୱାଟ୍ସଆପ୍‌ କେବଳ ଗୁଗଲ ସାହାଯ୍ୟ ନେଇଥାଏ । ଏହାଦ୍ୱାରା ଆପଣଙ୍କ ଗୋପନୀୟତା ବଜାୟ ରହିଥାଏ । ଫଟୋର ସତ୍ୟତା ମଧ୍ୟ ଜଣାପଡିଥାଏ । ଏହି ଫିଚର୍‌ କିଛି ଖାସ୍‌ଙ୍କୁ ହିଁ ପ୍ରଦାନ କରାଯାଇଛି । ଯେଉଁମାନେ ଗୁଗଲ ଫ୍ଲେ ଷ୍ଟୋର୍‌ରୁ ହ୍ୱାଟ୍ସଆପ୍‌ର ବିଟା ଭର୍ସନ ଡାଉନଲୋଡ୍‌ କରିଛନ୍ତି । ମାତ୍ର ଖୁବ୍‌ ଶୀଘ୍ର ହ୍ୱାଟ୍ସଆପ୍‌ ଏହି ସୁବିଧା ସମସ୍ତ ଉପଭୋକ୍ତାଙ୍କ ନିକଟରେ ପହଞ୍ଚାଇବ । ଏହି ଫିଚର୍‌ ସାହାଯ୍ୟରେ ସହଜରେ ଉପଭୋକ୍ତା ଫଟୋର ସତ୍ୟତା ଯାଞ୍ଚ କରି ପାରିବେ ।

ୟୁପିଆଇ ନିୟମରେ ପରିବର୍ତ୍ତନ; ୨ ହଜାରରୁ ଅଧିକ ଟଙ୍କା ନେଣଦେଣ କରିବା ପୂର୍ବରୁ ଜାଣି ରଖନ୍ତୁ..

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories