www.samajalive.in
Saturday, December 6, 2025
17.1 C
Bhubaneswar

କଲମ ଧରିବା ଶୈଳୀରୁ ଜାଣନ୍ତୁ କିଭଳି ଆପଣଙ୍କ ବ୍ୟକ୍ତିତ୍ୱ

ନିତିଦିନିଆ କାର୍ଯ୍ୟରେ ମଧ୍ୟରେ ଆପଣ ଦିନ ମଧ୍ୟରେ କୌଣସି ନା କୌଣସି କାର୍ଯ୍ୟ ପାଇଁ କଲମ ବ୍ୟବହାର କରୁଥିବେ। ଆପଣଙ୍କୁ ଏହି କଥା ଶୁଣିବାକୁ ଅଡ଼ୁଆ ଲାଗିପାରେ ଯେ କଲମ ଧରିବା ଶୈଳୀରୁ ଆପଣଙ୍କ ବ୍ୟକ୍ତିତ୍ୱ ବିଷୟରେ ବହୁ କିଛି ଜାଣି ହୋଇଥାଏ। ବିଶେଷଜ୍ଞ ମତରେ ଆପଣଙ୍କ କଲମ ଧରିବା ସମୟରେ ଆପଣଙ୍କ ଆଙ୍ଗୁଠିର ସ୍ଥିତିକୁ ନେଇ ଆପଣଙ୍କ ବିଷୟରେ ବହୁ କିଛି ଜାଣି ହୋଇଥାଏ। ଜାଣନ୍ତୁ ଏହି ବିଷୟରେ ….
ବହୁ ଲୋକେ ଲେଖିବା ସମୟରେ ବୁଢା ଆଙ୍ଗୁଠି ତର୍ଜନୀ ଆଙ୍ଗୁଠି ଉପରେ ଆସିଥାଏ। ବିଶେଷଜ୍ଞଙ୍କ ମତାନୁଯାୟୀ ଏଭଳି ବ୍ୟକ୍ତି ମଧ୍ୟରେ ବହୁ କଳା ରହିଥାଏ। ଛୋଟ ଛୋଟ କଥାରେ ଏଭଳି ବ୍ୟକ୍ତିମାନେ ରାଗି ଥାଆନ୍ତି ଓ ଖୁସି ମଧ୍ୟ ହୋଇଥାଆନ୍ତି। ଏମାନେ ପରିଶ୍ରମୀ ଅଟନ୍ତି। ମାତ୍ର ଏମାନଙ୍କ ଆତ୍ମବିଶ୍ୱାସ କମ ରହିଥାଏ।
ବହୁ ଲୋକେ ଲେଖିବା ସମୟରେ ବୁଢା ଆଙ୍ଗୁଠି ଅନ୍ୟ ଆଙ୍ଗୁଠି ମାନଙ୍କୁ ସ୍ପର୍ଶ କରିଥାଏ। ଏହି ପ୍ରକାରର ବ୍ୟକ୍ତି ଅନ୍ୟମାନଙ୍କ ଉପରେ ଅଧିକ ନିର୍ଭରଶୀଳ ହୋଇଥାଆନ୍ତି। ଏମାନଙ୍କ ମଧ୍ୟରେ ସର୍ବଦା କିଛି ପରିମାଣରେ ଏମାନଙ୍କ ଆତ୍ମୀୟମାନେ ଏମାନଙ୍କୁ ଠକିବାର ଭୟ ରହିଥାଏ।
ଯେଉଁବ୍ୟକ୍ତିମାନେ କଲମକୁ ନିଜ ତର୍ଜନୀ ଓ ମଧ୍ୟମା ଆଙ୍ଗୁଠି ମଧ୍ୟରେ ରଖି ଲେଖିଥାଆନ୍ତି, ଏହି ବ୍ୟକ୍ତିମାନଙ୍କ ହୃଦୟ ନିର୍ମଳ ଅଟେ। ଏମାନେ ଅଧିକ ସମୟ ଅନ୍ୟ ଉପରେ ରାଗି ରହିପାରନ୍ତି ନାହିଁ। ଅନ୍ୟମାନଙ୍କର ଦୋଷକୁ ଭୁଲି ଏମାନେ ଆଗକୁ ବଢିଥାଆନ୍ତି।
ବହୁ ଲୋକେ ବୁଢା ଆଙ୍ଗୁଠି ଉପରେ ଅନ୍ୟ ଆଙ୍ଗୁଠିମାନଙ୍କୁ ରଖି ଲେଖିଥାଆନ୍ତି। ଏଭଳି ବ୍ୟକ୍ତିମାନେ ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥାଆନ୍ତି। ଏମାନେ ସର୍ବଦା ଅନ୍ୟମାନଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଥାଆନ୍ତି। ନିଜ ମନର କଥା ସହଜରେ ଅନ୍ୟମାନଙ୍କୁ କହିନଥାଆନ୍ତି।
ବହୁ ଲୋକେ ନିଜ ବୁଢା ଆଙ୍ଗୁଠି ଓ ତର୍ଜନୀ ଆଙ୍ଗୁଠି ମଧ୍ୟରେ କଲମ ଧରି ଲେଖି ଥାଆନ୍ତି। ଏଭଳି ବ୍ୟକ୍ତିଙ୍କ ମଧ୍ୟରେ ବହୁତ କିଛି ନୂଆ ଜିନିଷ ଶିଖିବାର ଆଗ୍ରହ ସର୍ବଦା ରହିଥାଏ। ଏହି ପ୍ରକାରର ଲୋକେ ସଚ୍ଚୋଟ ଅଟନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories