ଜୁନିୟର ଏସିଆନ୍‍ କୁସ୍ତି ଚମ୍ପିଆନ୍‍ସିପ : ଦିବ୍ୟା ଜିତିଲେ ରୌପ୍ୟ

0

ନୂଆଦିଲ୍ଲୀ : ଏଠାରେ ଆୟୋଜିତ ଜୁନିୟର ଏସିଆନ୍‍ କୁସ୍ତି ଚମ୍ପିଆନ୍‍ସିପର ମହିଳା ଫ୍ରିଷ୍ଟାଇଲ୍‍ ବିଭାଗରେ ଭାରତର ମଲ୍ଲଯୋଦ୍ଧା ଦିବ୍ୟା କାକରନ୍‍ ୬୮ କେଜି ବିଭାଗରେ ରୌପ୍ୟ ପଦକ ଜିତିଛନ୍ତି। ସେହିପରି ୫୫ କେଜି ବିଭାଗରେ ରୀନା ଓ ୭୬ କେଜି ବିଭାଗରେ କରୁଣା ବ୍ରୋଞ୍ଜ୍‍ ପଦକ ଜିତିବାକୁ ସକ୍ଷମ ହୋଇଛନ୍ତି। ଅନ୍ୟପକ୍ଷରେ ୫୦ କେଜି ବିଭାଗରେ ଶିବାନୀ ପାନୱର ଓ ୫୯ କେଜି ବିଭାଗରେ ସଙ୍ଗୀତା ଫୋଗଟ୍‍ ପଦକ ଜିତିବାରୁ ଅଳ୍ପକେ ବଞ୍ଚିତ ହୋଇଛନ୍ତି।
୬୮ କେଜି ବିଭାଗ ଫାଇନାଲରେ ଦିବ୍ୟା କିରଗିଜସ୍ତାନର ମେରିମ୍‍ଙ୍କ ଠାରୁ ୧୧-୦ ପଏଣ୍ଟରେ ପରାସ୍ତ ହୋଇ ରୌପ୍ୟ ପଦକ ହାସଲ କରିଥିଲେ। ସେହିପରି କରୁଣା ମୋଙ୍ଗାଲିଆର ବାଟ୍‍ଜୁଲୁଙ୍କୁ ୧୦-୦ ଓ ରୀନା ଉଜବେକିସ୍ତାନର ନାଜିମୋଭାଙ୍କୁ ୮-୨ ପଏଣ୍ଟରେ ପରାସ୍ତ କରି ବ୍ରୋଞ୍ଜ୍‍ ପଦକ ଜିତିଛନ୍ତି। ୫ଟି ବିଭାଗରୁ ୩ଟିରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

Leave A Reply