www.samajalive.in
Sunday, December 7, 2025
18.1 C
Bhubaneswar

ହତ୍ୟା ମାମଲାରେ ଫସିଲେ ସୁଶୀଲ କୁମାର, ଗିରଫ କରିବାକୁ ଖୋଜୁଛି ଦିଲ୍ଲୀ ପୁଲିସ

ଅଲିମ୍ପିକ ପଦକ ବିଜେତା କୁସ୍ତିଯୋଦ୍ଧା ସୁଶୀଲ କୁମାର ଏକ ହତ୍ୟା ମାମଲାରେ ଛନ୍ଦି ହୋଇଛନ୍ତି। ତାଙ୍କୁ ଗିରଫ କରିବା ଲାଗି ଏବେ ଦିଲ୍ଲୀ ଆଦର୍ଶ ଟାଉନ ଥାନା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଟାଉନ ଥାନା ଅନ୍ତର୍ଗତ ଛତ୍ରସାଲ ଷ୍ଟାଡିୟମରେ ଦୁଇ ଗୋଷ୍ଠୀର କୁସ୍ତିଯୋଦ୍ଧାଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ଏଥିରେ ୫ କୁସ୍ତିଯୋଦ୍ଧା ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସାଗର ନାମକ ଜଣେ କୁସ୍ତି ଯୋଦ୍ଧାଙ୍କ ମୃତ୍ୟୁ ଘଟିଥିଲା।

ପୁଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଜଣେ ପୁଲିସ ଅଧିକାରୀ କହିଛନ୍ତି, କୁସ୍ତିଯୋଦ୍ଧା ସୁଶୀଲ କୁମାର, ଅଜୟ, ସୋନୁ, ସାଗର, ପ୍ରିନ୍ସ ଏବଂ ଅମିତଙ୍କ ସମେତ ଆଉ କିଛି କୁସ୍ତିଯୋଦ୍ଧାଙ୍କ ମଧ୍ୟରେ ବଡ଼ ଧରଣର ମାରପିଟ୍‌ ହୋଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ ପୁଲିସ ମାମଲା ରୁଜୁ କରିବା ସହିତ ଏତଲାରେ ସୁଶୀଲଙ୍କ ନାମ ଯୋଡ଼ିଛି।

- Advertisement -

ଅନ୍ୟପଟେ ସୁଶୀଲ କୁମାର ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ଲାଗି ପୁଲିସର ଏକାଧିକ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ସୁଶୀଲ କୁମାର ଧରାପଡ଼ିବା ପରେ ଏହି ମାମଲାର ପର୍ଦ୍ଦାଫାଶ ହୋଇପାରିବ ବୋଲି ପୁଲିସ କହିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ସାଗର ନାମକ କୁସ୍ତିଯୋଦ୍ଧା ନିଜ ସାଙ୍ଗମାନଙ୍କ ସହିତ ଛତ୍ରସାଲ ଷ୍ଟାଡିୟମ ନିକଟ ଆଦର୍ଶ ସହରରେ ଏକ କୋଠାରେ ରହୁଥିଲେ। ଏହି କୋଠାକୁ ନେଇ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ଏହା ପରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ପ୍ରବଳ ମାରପିଟ୍‌ ହୋଇଥିଲା। ଏହି ସମୟରେ ଗୁଳିକାଣ୍ଡ ବି ଘଟିଥିଲା, ଯେଉଁଥିରେ ସାଗରଙ୍କର ମୃତ୍ୟୁ ଘଟିଛି। ପୁଲିସ ଘଟଣାସ୍ଥଳରୁ ଏକ ସ୍କର୍ପିଓ ଏବଂ ଗୁଳିଭର୍ତ୍ତି ଡବଲ ବ୍ୟାରେଲ ବନ୍ଧୁକ ଜବତ କରିଛି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories