www.samajalive.in
Friday, December 5, 2025
26.1 C
Bhubaneswar

ବିଶ୍ବକପ୍‌ ନିମନ୍ତେ ଅଷ୍ଟ୍ରେଲିଆ ଦଳ ଘୋଷିତ

ସିଡନୀ : ଇଂଲଣ୍ଡରେ ଖେଳାଯିବାକୁ ଥିବା କ୍ରିକେଟ୍ ବିଶ୍ବକପ୍‌ ନିମନ୍ତେ ସୋମବାର ଅଷ୍ଟ୍ରେଲିଆର ୧୫ ଜଣିଆ ଦଳ ଘୋଷଣା ହୋଇଛି। ବିଶ୍ବକପ୍‌ ନିମନ୍ତେ ଅଷ୍ଟ୍ରେଲିଆ ଦଳକୁ ଫେରିଛନ୍ତି ବରିଷ୍ଠ ବ୍ୟାଟସମ୍ୟାନ୍‌ ଷ୍ଟିଭେନ୍‌ ସ୍ମିଥ୍‌ ଓ ଡେଭିଡ ୱାର୍ଣ୍ଣର। ସୂଚନାଥାଉକି ଗତବର୍ଷ ବଲ୍ ଟାମ୍ପରିଂ ଅଭିଯୋଗରେ ସ୍ମିଥ୍‌ ଏବଂ ୱାର୍ଣ୍ଣରଙ୍କୁ ଏକବର୍ଷ ପାଇଁ ବାସନ୍ଦ କରିଥିଲା କ୍ରିକେଟ୍‌ ଅଷ୍ଟ୍ରେଲିଆ। ତେବେ ଇତିମଧ୍ୟରେ ଉଭୟଙ୍କ ଉପରେ ଲାଗୁ ବାସନ୍ଦାଦେଶ ​‌େ​ଶଷ ହୋଇଥିବାରୁ ସେମାନଙ୍କୁ ବିଶ୍ବକପ୍‌ ନିମନ୍ତେ ଅଷ୍ଟ୍ରେଲିଆ ଦଳରେ ସାମିଲ କରାଯାଇଛି।
ଅନ୍ୟପକ୍ଷରେ ଫର୍ମରେ ଥିବା ବ୍ୟାଟସମ୍ୟାନ୍‌ ପିଟର ହ୍ୟାଣ୍ଡସ୍‌କମ୍ବ ଓ ଦ୍ରୁତ ବୋଲର ଜୋସ୍‌ ହାଜେଲଉଡ୍‌ଙ୍କୁ ବିଶ୍ବକପ୍‌ ଦଳରୁ ବାଦ୍‌ ଦିଆଯାଇଛି। ଗତ କେତେକ ମ୍ୟାଚ୍‌ରେ ହ୍ୟାଣ୍ଡସକମ୍ବ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ସ୍ମିଥ୍‌ ଏବଂ ୱାର୍ଣ୍ଣର ବିଶ୍ବକପ୍‌ ନିମନ୍ତେ ଦଳରେ ସ୍ଥାନ ପାଇଥିବାରୁ ହ୍ୟାଣ୍ଡସକମ୍ବ ବାଦ୍‌ ପଡ଼ିବା ନିଶ୍ଚିତ ଥିଲା। ଅନ୍ୟପକ୍ଷରେ ଆଘାତଜନିତ କାରଣରୁ ଦ୍ରୁତ ବୋଲର ହାଜେଲଉଡ୍‌ ଗତ ଜାନୁଆରୀରୁ କ୍ରିକେଟ୍‌ରୁ ଦୂରେଇ ରହିଥିଲେ। ଆସେସ୍‌ ସିରିଜ୍‌କୁ ଦୃଷ୍ଟିରେ ରଖି ତାଙ୍କୁ ଅଧିକ ବିଶ୍ରାମ ଦେବା ଲକ୍ଷ୍ୟରେ ବିଶ୍ବକପ୍‌ ଦଳରୁ ବାଦ୍‌ ଦିଆଯାଇଥିବା ମୁଖ୍ୟ ମନୋନୟନକାରୀ ଟ୍ରେଭର ହର୍ଣ୍ଣସ୍‌ ସୂଚନା ଦେଇଛନ୍ତି। ସେହିପରି ସ୍ମିଥ୍‌ ଓ ୱାର୍ଣ୍ଣର ବିଶ୍ବସ୍ତରୀୟ କ୍ରିକେଟର୍‌ ଏବଂ ଉଭୟ ଏକାକୀ ଦଳକୁ ମ୍ୟାଚ୍‌ ଜିତାଇବାକୁ ସକ୍ଷମ ଥିବାରୁ ସେମାନଙ୍କୁ ବିଶ୍ବକପ୍‌ ନିମନ୍ତେ ଦଳରେ ସାମିଲ କରାଗଲା। ଉଭୟ ଖେଳାଳି ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ସନ୍ତୋଷଜନକ ପ୍ରଦର୍ଶନ କରିଥିବା ହର୍ଣ୍ଣସ୍‌ ମତ ଦେଇଛନ୍ତି।
ଅଷ୍ଟ୍ରେଲିଆ ବିଶ୍ବକପ୍‌ ଦଳରେ ଉସମାନ୍‌ ଖାୱାଜା ଓ ସନ୍‌ ମାର୍ଶଙ୍କୁ ସାମିଲ କରାଯାଇଛି। ଆରୋନ୍‌ ଫିଞ୍ଚ୍ ଅଧିନାୟକ ଦାୟିତ୍ବ ତୁଲାଇବାକୁ ଥିବା ବେଳେ ଅଲରାଉଣ୍ଡର ଭାବେ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ଓ ମାର୍କସ ଷ୍ଟୋଇନିସ୍‌ ରହିଛନ୍ତି। ଆଲେକ୍ସ କ୍ୟାରେ ୱିକେଟ ରକ୍ଷକ ଭାବେ ଦାୟିତ୍ବ ନିର୍ବାହ କରିବେ। ଦ୍ରୁତ ବୋଲର ଭାବେ ପାଟ୍‌ କମିନ୍‌ସ, ମିଚେଲ୍‌ ଷ୍ଟାର୍କ, ଝାଏ ରିଚାର୍ଡସନ୍‌, ନାଥାନ୍‌ କୌଟର ନାଇଲ୍‌ ଏବଂ ଜାସନ୍‌ ବେହରନ୍‌ଡଫ୍ ସ୍ଥାନ ପାଇଥିବା ବେଳେ ସ୍ପିନର ଭାବେ ନାଥାନ୍‌ ଲାୟନ୍‌ ଏବଂ ଆଦମ୍‌ ଜମ୍ପା ସ୍ଥାନ ପାଇଛନ୍ତି। ବିଶ୍ବକପ୍‌ରେ ଅଷ୍ଟ୍ରେଲିଆ ନିଜ ପ୍ରଥମ ମ୍ୟାଚ୍‌ ଆଫଗାନିସ୍ତାନ ବିପକ୍ଷରେ ଜୁନ୍‌ ୧ରେ ଖେଳିବ।
ଅଷ୍ଟ୍ରେଲିଆ ବିଶ୍ବକପ୍‌ ଦଳ: ଆରୋନ୍ ଫିଞ୍ଚ୍‌ (ଅଧିନାୟକ), ଜାସନ୍‌ ବେହରନ୍‌ଡଫ୍‌, ଆଲେକ୍ସ କ୍ୟାରେ (ୱିକେଟ ରକ୍ଷକ), ନାଥାନ୍‌ କୌଟର ନାଇଲ୍‌, ପାଟ୍‌ କମିନ୍‌ସ, ଉସମାନ୍‌ ଖାୱାଜା, ନାଥାନ୍‌ ଲାୟନ୍‌, ସନ୍‌ ମାର୍ଶ, ଗ୍ଲେନ୍‌ ମ୍ୟାକ୍‌ସୱେଲ୍‌, ଝାଏ ରିଚାର୍ଡସନ୍‌, ଷ୍ଟିଭେନ୍ ସ୍ମିଥ୍‌, ମିଚେଲ୍‌ ଷ୍ଟାର୍କ, ମାର୍କସ୍‌ ଷ୍ଟୋଇନିସ୍‌, ଡେଭିଡ୍‌ ୱାର୍ଣ୍ଣର ଓ ଆଦାମ୍‌ ଜାମ୍ପା।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories