www.samajalive.in
Monday, December 15, 2025
26.1 C
Bhubaneswar

ମେଘା ସେକ୍ଟରରେ ବିଶ୍ୱ ଜନସଂଖ୍ୟା ଦିବସ

ଆଠଗଡ଼ : ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ର ଅଧିନ ମେଘା ସେକ୍ଟରର ସମୂହ ଗାଁ କଲ୍ୟାଣ ସମିତି ଆନୁକୁଲ୍ୟରେ ଧାଇପୁର ପଞ୍ଚାୟତର ଗଦାଧରପୁର ଗ୍ରାମରେ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ସଂଯୋଜନା କରି ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ ସାରା ବିଶ୍ୱରେ ଜୁଲାଇ ୧୧ ତାରିଖଟିକୁ ୧୯୮୭ମସିହା ଠାରୁ ବିଶ୍ୱ ଜନସଂଖ୍ୟା ଦିବସ ଭାବେ ପାଳନ କରାଯାଉଥିବା ପ୍ରକାଶ କରିଥିଲେ। ଚଳିତ ବର୍ଷ ଆମ ରାଜ୍ୟ ସରକାରଙ୍କ ଦ୍ୱାରା ବିଶ୍ୱ ଜନସଂଖ୍ୟା ପକ୍ଷ ପାଳନ କରାଯାଉଛି। ଏହା ୨ ଭାଗରେ ବିଭକ୍ତ ହୋଇଛି। ପ୍ରଥମ ପକ୍ଷଟି ଜୁନ ୨୭ରୁ ଜୁଲାଇ ୧୦ଜନ ସଚେତନତା ଏବଂ ୨ୟ ପକ୍ଷଟି ଜୁଲାଇ ୧୧ରୁ ୨୪ତାରିଖ ପର୍ଯ୍ୟନ୍ତ ପରିବାର ନିୟୋଜନ ସେବା ପ୍ରଦାନ ବା ଜନସଂଖ୍ୟା ସ୍ଥିରତା ପକ୍ଷ ଭାବେ ପାଳନ କରାଯାଉଛି। ସ୍ୱାମୀ, ସ୍ତ୍ରୀ ଆପୋଷ ଆଲୋଚନା କରି ସନ୍ତାନ ଜନ୍ମର ଅତିକମ୍‍ରେ ୩ବର୍ଷର ବ୍ୟବଧାନ ରଖିବା ପାଇଁ ପରିବାର କଲ୍ୟାଣ ସେବାର ସହଯୋଗରେ ସ୍ଥାୟୀ ଓ ଅସ୍ଥାୟୀ ପଦ୍ଧତି ଅବଲମ୍ବନ କରିପାରିବେ ବୋଲି ଶ୍ରୀ ଅସଲମ କହିଥିଲେ। ୩ବର୍ଷ ବ୍ୟବଧାନରେ ୨ଟି ସନ୍ତାନ ଜନ୍ମ ହେବା ଦ୍ୱାରା ମା ଓ ଶିଶୁ ସୁସ୍ଥ ରହିବେ ଏବଂ ଶିଶୁର ଉତ୍ତମ ଲାଳନପାଳନ ପାଇଁ ସୁଯୋଗ ମିଳି ପାରିବ। ପ୍ରତ୍ୟେକ ସୋମବାର ପରିବାର କଲ୍ୟାଣ ଦିବସ ଅବସରରେ ପ୍ରତି ସ୍ୱାସ୍ଥ୍ୟକେନ୍ଦ୍ରରେ ପରିବାର ନିୟୋଜନ ସେବା ଓ ପରାମର୍ଶ ମାଗଣାରେ ଉପଲବ୍ଧ ହୋଇଥାଏ। ଏହାର ସୁଯୋଗ ସମସ୍ତ ଦମ୍ପତି ନେବା ଆବଶ୍ୟକ। ସବୁବର୍ଷ ପରି ଏ ବର୍ଷ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବାର୍ତ୍ତା ହେଉଛି “ବିପଦ ବେଳେ ବି ପରିବାର ନିୟୋଜନ କୁ କରି ନିଜର, ସକ୍ଷମ ରାଷ୍ଟ୍ର ଓ ପରିବାରର ନେବ ପୁରା ଦାୟିତ୍ୱ” ବୋଲି ଶ୍ରୀ ଅସ୍‍ଲମ୍‍ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ ପୁଷ୍ପାଞ୍ଜଳି ପ୍ରଧାନ, ଗାଁ କଲ୍ୟାଣ ସମିତିର ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ସାହୁ, ଆବାହିକା ଶୁଭଲକ୍ଷ୍ମୀ ରାଉତ, ଆଶାକର୍ମୀ ପୁଷ୍ପଲତା ସାହୁଙ୍କ ସମେତ ଗାଁ କଲ୍ୟାଣ ସମିତିର ସଭ୍ୟ/ସଭ୍ୟା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories