www.samajalive.in
Saturday, December 6, 2025
15.1 C
Bhubaneswar

ଏହି ୫ଟି ଜିନିଷ ଭାରତ ଅପେକ୍ଷା ଦୁବାଇରେ ବହୁତ ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସାଧାରଣତଃ ଲୋକମାନେ ଦୁବାଇର ଚାକଚକ୍ୟ ଓ ଗ୍ଲାମର ଜୀବନଶୈଳୀ ଦେଖି ଭାବନ୍ତି ଯେ , ଏଠାରେ ସବୁକିଛି ମହଙ୍ଗା ହୋଇଥିବ। କିନ୍ତୁ କିଛି ଏଭଳି ଜିନିଷ ରହିଛି ଯାହା ଭାରତରେ ଅଧିକ ଦାମ ଥିବାବେଳେ ଦୁବାଇରେ ବହୁତ ଶସ୍ତାରେ ମିଳିଥାଏ। ଯଦି ଆପଣ ଦୁବାଇ ବୁଲିବାକୁ ଯାଉଛନ୍ତି ତେବେ ଏସବୁ ଜିନିଷ କିଣି ପାରିବେ।
ସୌନ୍ଦର୍ଯ୍ୟରେ ଭରା ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ଜଣାଶୁଣା ଦୁବାଇ ସହର। ଏଠାରେ ଅନେକ ବଡ ବଡ ଅଟ୍ଟାଳିକା ରହିଛି । ଏସବୁ ଦୃଶ୍ୟ ଅଧିକାଂଶ ଲୋକମାନଙ୍କୁ ଦୁବାଇ ପ୍ରତି ଆକୃଷ୍ଟ କରିଥାଏ। ଦାମୀ ସହର ହୋଇଥିଲେ ବି ଏଠାରେ କିଛି ଜିନିଷ ଭାରତ ତୁଳନାରେ ଶସ୍ତା। ତେବେ କଣ ସେସବୁ ଜିନିଷ ଚାଲନ୍ତୁ ଜାଣିବା . . .
ବର୍ତ୍ତମାନ ସମୟରେ ଆପଲ୍‌‌ ଆଇଫୋନ୍‌‌ ପଛରେ ଅଧିକାଂଶ ଯୁବପୀଢି ପୁରା ଦିୱାନ। ଭାରତରେ ଆପଲ୍‌‌ ଆଇଫୋନ୍‌‌ ୧୫ପ୍ରୋ ର ଦାମ ୧ଲକ୍ଷ ୨୮ ହଜାର ଥିବାବେଳେ ଦୁବାଇରେ ଏହାର ମୂଲ୍ୟ ୪୨୦୦ ଏଇଡି ବା ଭରତୀୟ ମୁଦ୍ରା ଅନୁସାରେ ୯୫୦୦୦ ଟଙ୍କା।
ଭାରତ ତୁଳନାରେ ଦୁବାଇରେ କାର ମଧ୍ୟ ବହୁତ ଶସ୍ତା। ଭାରତରେ ଯାତ୍ରୀଙ୍କ ପାଇଁ ବ୍ୟବହୃତ ଟ୍ୟାକ୍ସି ଭଳି ଏଠାରେ ଯାତ୍ରୀଙ୍କ ପାଇଁ ମର୍ସିଡିଜ୍‌‌, ବିଏମଡବ୍ଲୁ, ଫର୍ଚୁନର୍‌‌ ଭଳି ମହଙ୍ଗା କାର ବ୍ୟବହାର କରାଯାଏ। ଏଥିରୁ ଅନୁମାନ କରାଯାଇପାରେ ଯେ ଭାରତରେ ଫର୍ଚୁନର ଟପ୍‌‌ ମଡେଲର ମୂଲ୍ୟ ପ୍ରାୟ ୫୧ଲକ୍ଷ ୪୪ହଜାର ଟଙ୍କା ଥିବାବେଳେ ଦୁବାଇରେ ଏହି ମଡେଲ ଗାଡି ପ୍ରାୟ ୧୭୨୯୦୦ଏଇଡିରେ ମିଳିଥାଏ। ଭାରତୀୟ ମୁଦ୍ରାରେ ଏହି ପରିମାଣ ୩୯ଲକ୍ଷ ୨ହଜାର ୩୫୩ଟଙ୍କା।
ଭାରତରେ ପେଟ୍ରୋଲ ବହୁତ ମହଙ୍ଗା । ରାଜଧାନୀ ଦିଲ୍ଳୀରେ ପେଟ୍ରୋଲ ଲିଟର ପିଛା ୯୪.୭୨ଟଙ୍କା ରହିଛି। କିନ୍ତୁ ଦୁବାଇରେ ୧ଲିଟର ପେଟ୍ରୋଲ ପିଛା ୨.୮୫ଏଇଡ଼ି ବା ଭରତୀୟ ମୁଦ୍ରାରେ ୬୪.୩୨ଟଙ୍କା ।
ଆମ ଦେଶରେ ଇଲେକ୍ଟ୍ରୋନିକ୍‌‌ ସାମଗ୍ରୀ ଦର ଆକାଶ ଛୁଆଁ। ଦୁବାଇରେ ଏହା ବହୁତ ଶସ୍ତାରେ ମିଳିଥାଏ। ଯଦି ଭାରତରେ ୪୨ଇଞ୍ଚ ସାମସଙ୍ଗ ଟିଭିର ମୂଲ୍ୟ ଦେଖିବା ତେବେ ଏହାର ମୂଲ୍ୟ ୨୬ହଜାର ୯୯୦ ଟଙ୍କା। ଦୁବାଇରେ ସମାନ ମଡେଲ ଟିଭି ୨୦.୫୦୦ଟଙ୍କାରେ ଉପଲବ୍ଧ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories