www.samajalive.in
Saturday, December 6, 2025
14.1 C
Bhubaneswar

ଅହମଦିଆ ମୁସଲିମ୍ ସଙ୍ଗଠନ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ଭୂବନେଶ୍ୱର: ପ୍ରତ୍ୟେକ ବର୍ଷ ଜୁନ ମାସ ୫ ତାରିଖକୁ ବିଶ୍ୱ ପରିବେଶ ଦିବସ ରୂପେ ପାଳନ କରାଯାଏ। ଏହି ଦିବସ
ପାଳନର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ହେଉଛି- ପରିବେଶ ସୁରକ୍ଷା ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି ଦିଗରେ ସମାଜକୁ ଜନଜାଗରଣ କରାଇବା। ଏହି ପରିପ୍ରେକ୍ଷୀରେ ଭୂବନେଶ୍ୱରସ୍ଥିତ ୟୁନିଟ୍ -୪ରେ ଅବସ୍ଥିତ ଅହମଦିଆ ମୁସଲିମ୍ ମହିଳା ସଙ୍ଗଠନ (ଲଜନା ଇମାଇଲଲାହ) ପକ୍ଷରୁ ଅହମଦିଆ କବରୀସ୍ଥାନ ଠାରେ ବିଶ୍ୱ ପରିବେଶ ଦିବସ ପାଳନ କରାଯିବା ସହ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ସଙ୍ଗଠନ ପକ୍ଷରୁ ବିଭିନ୍ନ ପ୍ରକାରର ଚାରା ବୃକ୍ଷରୋପଣ ପାଇଁ ମହିଳାମାନଙ୍କୁ ବଂଟନ କରାଯିବା ସହ ବୃକ୍ଷରୋପଣ ମଧ୍ୟ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମହିଳା ସଙ୍ଗଠନର ସଭାନେତ୍ରୀ ଶ୍ରୀମତୀ ଅମତୁଲ ଆଲା, ଉପସଭାପତି ତେହେମିନା ମୁମତାଜ, ସାମାଜିକ କଲ୍ୟାଣ ସଚିବ ସହଜାଦି ପରବିନ୍, ସୁଲତାନା ବେଗମ୍, ରାମୀୟା ଖାତୁନ୍, ଫରିଜା ଅନୱର ଆଦି ଯୋଗ ଦେଇଥିଲେ। ଉକ୍ତ ସଙ୍ଗଠନର ଅନେକ ମହିଳାମାନଙ୍କ ଅକ୍ଲାନ୍ତ ପରିଶ୍ରମ ଦ୍ୱାରା ଏହି କାର୍ଯ୍ୟକ୍ରମ ସଫଳ ହୋଇଥିଲା। ଏଥିସହ ଭୂବନେଶ୍ୱରସ୍ଥ ଅହମଦିଆ ମୁସଲିମ୍ ଜମାତର ସଭାପତି ମହମ୍ମଦ ନୁରୁଦ୍ଦିନ୍ ଅମିନ୍ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରି·ଳନା କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories