www.samajalive.in
Saturday, December 6, 2025
15.1 C
Bhubaneswar

ନୂଆ ସ୍ମାର୍ଟଓ୍ବାଚ୍ ଆଣିଲା ଏହି ଦେଶୀ କମ୍ପାନୀ, ରହିଛି ଅନେକ ଫିଚର୍ସ

ନୂଆଦିଲ୍ଲୀ : ଦେଶୀ କମ୍ପାନୀ ନଏଜ୍ ଆମୋଲେଡ ଡିସପ୍ଲେ ବିଶିଷ୍ଟ ଦମଦାର ସ୍ମାର୍ଟଓ୍ବାଚର ବଜାର ପ୍ରବେଶ କରିଦେଇଛି । ଏହି ମଡେଲର ନାଁ ନଏଜଫିଟ୍ ଅରିଜିନ୍ ସ୍ମାର୍ଟଓ୍ବାଚ୍, ଯାହା କି ଏକ ଲାଟେଷ୍ଟ ସ୍ମାର୍ଟଓ୍ବାଚ୍ । ଏହାକୁ ୬ଟି ରଙ୍ଗର ବିକଳ୍ପ ସହିତ ଆଣିଛି କମ୍ପାନୀ ।

ନଏଜଫିଟ୍ ଅରିଜିନ୍ ସ୍ମାର୍ଟଓ୍ବାଚର ଦାମ୍ ୬୪୯୯ ଟଙ୍କା ରଖିଛି କମ୍ପାନୀ । ଏହାକୁ କମ୍ପାନୀର ଅଫିସିଆଲ ଓ୍ବେବସାଇଟ୍ ଗୋନଏଜଡଟ୍ କମ୍ ଏବଂ କ୍ରୋମା ଷ୍ଟୋରରୁ କିଣିପାରିବେ ଗ୍ରାହକ । ୭ ଜୁନରୁ ଫ୍ଲିପକାର୍ଟ ଓ ଆମାଜନରେ ମଧ୍ୟ ଏହାର ବିକ୍ରି ଆରମ୍ଭ ହେବ ।

- Advertisement -

ଏଥିରେ ୧.୪୬ ଇଞ୍ଚର ଗୋଲ୍ ଆମୋଲେଡ୍ ଡିସପ୍ଲେ ରହିଛି । ଏହାର ସର୍ବାଧିକ ବ୍ରାଇଟନେସ୍ ୬୦୦ ନିଟ୍ସ ଏବଂ ଏହା ୧୦୦ରୁ ଅଧିକ ଓ୍ବାଚ୍ ଫେସକୁ ସପୋର୍ଟ କରିଥାଏ । ଏଥିରେ ଅନେକ ସର୍ଟକଟ୍ ଫିଚର୍ସ ରହିଛି ଯଥା କଲ୍ ମ୍ୟୁଟ୍ କରିବା ଏବଂ ଫଟୋ ଉଠାଇବା ଇତ୍ୟାଦି । ଏଥିରେ ହାର୍ଟ ମନିଟରିଂ, ସ୍ଲିପ୍ ମନିଟରିଂ ଆଦି ଅନେକ ଫିଚର୍ସ ରହିଛି । ଏହା ୩୦ ମିନିଟରେ ୪୫ ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜ ହୋଇଯିବ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories