www.samajalive.in
Wednesday, November 19, 2025
26.1 C
Bhubaneswar

ବିଶ୍ୱକପ କ୍ରିକେଟ – ଟସ ଜିତି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି

ଡେସ୍କ: ଦୀର୍ଘ ୨୦ବର୍ଷ ପରେ ଆଜି ପୁଣିଥରେ ଦିନିକିଆ ବିଶ୍ବକପ ଫାଇନାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ମୁହାଁମୁହିଁ ହୋଇଛନ୍ତି। ଆଜିର ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ୨୦୦୩ରେ ଦକ୍ଷିଣଆଫ୍ରିକାର ଜୋହାନ୍ସବର୍ଗରେ ଆୟୋଜିତ ବିଶ୍ବକପ ଫାଇନାଲରେ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବାଧୀନ ଭାରତୀୟ ଦଳକୁ ୧୨୫ରନରେ ହରାଇ ରିକି ପଣ୍ଟିଂଙ୍କ କଙ୍ଗାରୁ ଦଳ ବିଶ୍ବକପ ଟ୍ରଫି ହାତେଇ ନେଇଥିଲା।


୨୦୦୩ ଫାଇନାଲର ପ୍ରତିଶୋଧ ନେବାକୁ ଆଜି ଭାରତ ନିକଟରେ ସୁବର୍ଣ୍ଣ ସୁଯୋଗ ରହିଛି। ଭାରତୀୟ ଦଳର ଉଭୟ ବ୍ୟାଟସମ୍ୟାନ ଓ ବୋଲର ଜବରଦସ୍ତ ଫର୍ମରେ ରହିଛନ୍ତି। ଭାରତକୁ କୌଣସି ଦଳ ପରାସ୍ତ କରିବାରେ ସଫଳ ହୋଇନାହିଁ। ଆସନ୍ତାକାଲି ଫାଇନାଲ ଜିତି ଭାରତ ଅପରାଜେୟ ଭାବେ ଟ୍ରଫି ଜିତିବା ଲକ୍ଷ୍ୟରେ ରହିଛି। ହାଇଭୋଲଟେଜ ଫାଇନାଲ ମ୍ୟାଚରେ କିଏ ଟ୍ରଫି ହାତେଇବ ତାହାକୁ ନେଇ ସାରା ବିଶ୍ବର ନଜର ରହିଛି।

Hot this week

ପୁଣି ବଡ ଏନକାଉଣ୍ଟର : ୭ ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶ ର ଆଲୁରୀ ସୀତାରାମ...

ରଣଜୀ ଟ୍ରଫି: ଓଡ଼ିଶାର ବଡ଼ ସ୍କୋର୍‌; ୪୬୫ ରନ୍‌ ଲକ୍ଷ୍ୟର ପିଛାକରି ନାଗାଲାଣ୍ଡ ୧/୪୧

କଟକ: ଭୁବନେଶ୍ବରର କିଟ୍‌ ଷ୍ଟାଡିୟମ୍‌ରେ ଚାଲିଥିବା ରଣଜୀ ଟ୍ରଫି ମ୍ୟାଚ୍‌ରେ ମଙ୍ଗଳବାର...

ଦକ୍ଷିଣ ଲେବାନନରେ ଇସ୍ରାଏଲର ବିମାନ ଆକ୍ରମଣ: ୧୧ହମାସ ଆତଙ୍କବାଦୀଙ୍କ ମୃତ୍ୟୁ

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ ପୁଣି ଥରେ ପାଲେଷ୍ଟାଇନବାସୀଙ୍କ ଉପରେ ଆକ୍ରମଣ...

ବାବା ସିଦ୍ଦିକି ହତ୍ୟା ମାମଲା: ଅନ୍‌ମୋଲ୍‌ ଭାରତ ପ୍ରତ୍ୟର୍ପିତ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବ ସିଦ୍ଦିକିଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ...

ଅଲ୍‌ ଫଲାହ ପ୍ରତିଷ୍ଠାତା ଗିରଫ

ନୂଆଦିଲ୍ଲୀ: ହ୍ବାଇଟ କଲାର ଟେରର ମଡ୍ୟୁଲ ଓ ଦିଲ୍ଲୀ ଲାଲକିଲା ବିସ୍ଫୋରଣ...

Related Articles

Popular Categories