ବିଶ୍ୱ ମସ୍ତିଷ୍କ ଦିବସରେ ସଚେତନତା ଶୋଭାଯାତ୍ରା

ଆଠଗଡ :  ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ଗାଁ କଲ୍ୟାଣ ସମିତି ସମୂହ ଆନୁକୁଲ୍ୟରେ ଶୁକ୍ରବାର କଟକିଆ ସାହି ପଞ୍ଚାୟତର ବନ୍ଧହଟା ଗ୍ରାମ ଅଙ୍ଗନୱାଡି କେନ୍ଦ୍ରରେ ବିଶ୍ୱ ମସ୍ତିଷ୍କ ଦିବସ ପାଳନ ଅବସରରେ ଜନ ସଚେତନତା ସୃଷ୍ଟି କରାଯାଇଥିଲା। ବ୍ରହ୍ମପୁର ସିଏଚସି ଅଧିକ୍ଷକ ଡାକ୍ତର ଦିଲ୍ଲୀପ ଦାସଙ୍କ ପରାମର୍ଶକ୍ରମେ ମେଘା ସେକ୍ଟରର ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍‍ ଅସଲମ ଏହାକୁ ସଂଯୋଜନା କରି ମଣିଷ ଶରୀରର ମସ୍ତିଷ୍କ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ବୋଲି ମତବ୍ୟକ୍ତ କରିଥିଲେ । ସ୍ନାୟୁତନ୍ତୁ ଦ୍ୱାରା ଗଠିତ ମସ୍ତିଷ୍କ ଏକ ନରମ ପିଣ୍ଡ ଏବଂ ଏହା ଶରୀରର ନିୟନ୍ତ୍ରଣ ଯନ୍ତ୍ର ବୋଲି କୁହାଯାଇଥାଏ। ଏହାଦ୍ୱାରା ଶରୀରର ସମସ୍ତ ଅଙ୍ଗ ପରିଚାଳିତ ହେବା ସହ ଚିନ୍ତା, ଚେତନା, ସ୍ମୃତି ଓ ଆବେଗ, ଭାବ ପ୍ରବଣତା ଇତ୍ୟାଦି ମସ୍ତିଷ୍କ ଦ୍ୱାରା ପରିପ୍ରକାଶ ହୋଇଥାଏ। ମସ୍ତିଷ୍କ ବା ସ୍ନାୟୁଜନିତ ରୋଗରେ ଆକ୍ରାନ୍ତ ହେଲେ କିମ୍ବା ସେଭଳି କିଛି ଲକ୍ଷଣ ଦେଖାଦେଲେ ହେଳା ନକରି ତୁରନ୍ତ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ଆବଶ୍ୟକୀୟ ଚିକିତ୍ସା କରାଇବା ଦରକାର ବୋଲି ଶ୍ରୀ ଅସଲମ ଲୋକଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ ପ୍ରଣିତା ବାରିକ, ସିଏଚଓ ଉଷାବତୀ ଓରାମ, ଅଙ୍ଗନବାଡି କର୍ମୀ ଲିପିକା ସାହୁ, ଆଶାକର୍ମୀ ହେମା ଶର୍ମା ଏବଂ ଗାଁ କଲ୍ୟାଣ ସମିତିର ସଭ୍ୟମାନେ ଯୋଗଦାନ କରି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିବା ସହ ଏକ ସଚେତନତା ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ।

kalyan agarbati

Comments are closed.