www.samajalive.in
Saturday, December 13, 2025
27.1 C
Bhubaneswar

ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳା ଉଦଘାଟିତ ; ‘ସାହିତ୍ୟ ଲୋକମାନଙ୍କର ସବୁଠୁ ବଡ଼ ବନ୍ଧୁ’

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀର ପ୍ରଗତି ମଇଦାନଠାରେ ଶନିବାର ଠାରୁ ୨୮ତମ ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳା -୨୦୨୦ ଆରମ୍ଭ ହୋଇଛି । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଏହାକୁ ଉଦ୍‍ଘାଟନ କରି କହିଛନ୍ତି, ସାହିତ୍ୟ ହେଉଛି ଲୋକମାନଙ୍କର ସବୁଠାରୁ ବଡ଼ ବନ୍ଧୁ । ସେ କହିଛନ୍ତି ନୂଆଦିଲ୍ଲୀ ବିଶ୍ୱ ପୁସ୍ତକମେଳା ହେଉଛି ଏସିଆର ସର୍ବବୃହତ ପୁସ୍ତକ ମେଳା, ଯେଉଁଥିରେ ୬୦୦ରୁ ଅଧିକ ପ୍ରକାଶକ ଭାଗ ନେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ଭାରତ ହେଉଛି ବିଶ୍ୱଗୁରୁ ଏବଂ ସମଗ୍ର ବିଶ୍ୱ ଭାରତଠାରୁ ଶିକ୍ଷାଲାଭ କରିଛନ୍ତି । ସମଗ୍ର ବିଶ୍ୱ ଆଜି ଆତଙ୍କବାଦର ଧମକରେ ଭୟର ସମ୍ମୁଖୀନ ହେଉଛନ୍ତି। ଏହିଭଳି ପରିସ୍ଥିତିରେ ଗାନ୍ଧିଜୀଙ୍କ ସତ୍ୟ ଏବଂ ଅହିଂସାର ମାର୍ଗ ଅନୁସରଣ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।
ନ୍ୟାସନାଲ୍‍ ବୁକ୍‍ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି ୯ ଦିନିଆ ପୁସ୍ତକ ମେଳା ଚଳିତ ମାସ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନର ଏକ ଅଂଶବିଶେଷ ଭାବେଚଳିତ ବର୍ଷ  ଏହି ମେଳାର ମୂଳ
ବିଷୟ ବସ୍ତୁର ନାମ ରଖାଯାଇଛି ‘ଗାନ୍ଧି ଲେଖକଙ୍କ ଲେଖକ’। ଭାରତୀୟ ସାହିତ୍ୟ ଓ ଦେଶର ପ୍ରମୁଖ ଲେଖକଙ୍କ ଉପରେ ଗାନ୍ଧିଜୀଙ୍କର  କିପରି ପ୍ରଭାବଥିଲା ସେ ବିଷୟରେ ଏହି ମେଳା ଅବସରରେ ଆଲୋଚନା ହେବ।
ସୂଚନା ଯୋଗ୍ୟଯେ, ଗାନ୍ଧିଜୀ ଏକାଧାରରେ ଜଣେ ଅନନ୍ୟ ଲେଖକ,ସମ୍ପାଦକ, ସାମ୍ବାଦିକ, ପ୍ରକାଶକ, ମୁଦ୍ରାକର ଓ ଗଣସଂଯୋଜକ ଭାବେପରିଚିତ ଥିଲେ।

ଦୈନିକ ଦିନ ୧୧ଟାରୁ ରାତି ୮ଟା ପର୍ଯ୍ୟନ୍ତ ଏହି ପୁସ୍ତକ ମେଳା ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories