www.samajalive.in
Thursday, December 11, 2025
18.1 C
Bhubaneswar

ନାନକାନା ସାହିବ ଗୁରୁଦ୍ଵାର ଉପରେ ଆକ୍ରମଣକୁ ନେଇ ଖପା ହରଭଜନ : କହିଲେ କିଛି କର ଇମ୍ରାନ

ନୂଆଦିଲ୍ଲୀ : ପାକିସ୍ତାନସ୍ଥିତ ଗୁରୁଦ୍ଵାର ନାନକାନା ସାହିବ ଉପରେ ସ୍ଥାନୀୟ ଲୋକେ ଶୁକ୍ରବାର ସନ୍ଧ୍ୟାରେ ଆକ୍ରମଣ କରିଥିଲେ। ସ୍ଥାନୀୟ ମୁସଲମାନମାନେ ଗୁରୁଦ୍ଵାର ଭିତରେ ବଳପୂର୍ବକ ପ୍ରବେଶ କରି ଭଙ୍ଗାରୁଜା କରିଥିବା ଦେଖାଯାଇଥିଲା। ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ସ୍ପିନର ହରଭଜନ ସିଂହ। ଏହି ମାମଲାରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହସ୍ତକ୍ଷପ କରିବାକୁ ସେ କହିଛନ୍ତି।
ହରଭଜନ ଶନିବାର ଦୁଇଟି ଭିଡିଓ ଟ୍ବିଟ କରିଛନ୍ତି, ଯେଉଁଥିରେ ଗତକାଲି ନାନକାନା ସାହିବ ଗୁରୁଦ୍ଵାର ଉପରେ ଆକ୍ରମଣର ଯୋଜନା କରିଥିବା ମୁଖ୍ୟ ମହମ୍ମଦ ହସନ ଦେଖାଯାଇଛି। ଭିଡ଼ିଓରେ ହସନ ଆକ୍ରମଣର ନେତୃତ୍ବ ନେବା ସହ ଉକ୍ତ ସ୍ଥାନରୁ ଐତିହାସିକ ସିଂହ ମନ୍ଦିରକୁ ଉଠାଇ ମଜ୍ଜିଦ ନିର୍ମାଣ କରିବାର ଧମକ ଦେଉଥିବା ଦେଖାଯାଇଛି।
ଦୁଇଟି ଭଡିଓ ସହିତ ହରମଜନ ଟ୍ବିଟ କରି ଲେଖିଛନ୍ତି, ମୁଁ ଜାଣି ପାରୁନି କି କିଛି ଲୋକ କଣ ପାଇଁ ହିଂସା ସୃଷ୍ଟି କରିବାକୁ ଚାହୁଁଛନ୍ତି। ଖେଲାଖୋଲି ଭାବେ ଗୁରୁଦ୍ବାର ହଟାଇ ମଜ୍ଜିଦ କରିବାର ଧମକ ଦେଉଛନ୍ତି। ତେଣୁ ଦୟାକରି ଇମ୍ରାନ ଖାନ ଏନେଇ କିଛି ପଦକ୍ଷପ ନିଅନ୍ତୁ।
ହରଭଜନ ଆହୁରି ଲେଖିଛନ୍ତି, ଇଶ୍ବର ଗୋଟିଏ….ତାଙ୍କୁ ବିଭାଜିତ କରନ୍ତୁ ନାହିଁ…..ପ୍ରଥମେ ଗୋଟିଏ ଭଲ ମଣିଷ ହୁଅନ୍ତୁ ଏବଂ ପରସ୍ପରକୁ ସମ୍ମାନ କରିବା ଶିଖନ୍ତୁ।

- Advertisement -

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories