www.samajalive.in
Saturday, December 6, 2025
23.1 C
Bhubaneswar

ବୌଦ୍ଧରେ ବିଶ୍ୱ ଏଡ୍‍ସ ଦିବସ ପାଳିତ

ବୌଦ୍ଧ: ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ତାଲିମ କେନ୍ଦ୍ରଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନଙ୍କ ସଭାପତିତ୍ୱରେ ବିଶ୍ୱ ଏଡ୍‍ସ ଦିବସ ପାଳିତ ହୋଇଯାଇଛି। ପ୍ରାରମ୍ଭରୁ ଏକ ଏଡ୍‍ସ ସଚେତନତା ରଥକୁ ଜିଲ୍ଲାରେ ଏଡ୍‍ସ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ ବାର୍ତ୍ତା ପ୍ରଚାର କରିବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ନିୟୋଜନ କରାଯାଇଥିଲା।

ଆୟୋଜିତ ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଥିଲେ ଯେ, ଗର୍ଭାବସ୍ଥାରେ ମାଆଠାରୁ ଗର୍ଭସ୍ଥ ଶିଶୁକୁ ଏଚ୍‍ଆଇଭି ସଂକ୍ରମଣକୁ ନିଦାନ ଓ ପ୍ରତିହତ କରିବା ପାଇଁ ଜିଲ୍ଲାରେ ଅୟୋଜିତ ମମତା ଦିବସମାନଙ୍କରେ ଏଚ୍‍ଆଇଭି ଓ ସିଫିଲିସ୍‍ ପରୀକ୍ଷାକୁ କିଟ୍‍ ଦ୍ୱାରା କରାଯିବାକୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏବେ ସୁଦ୍ଧା ଜିଲ୍ଲାରେ ୪୩ ଜଣ ଏଚ୍‍ଆଇଭି ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି ଓ ଜିଲ୍ଲା ଆଇସିଟିସି ସେଣ୍ଟରରୁ ନିୟମିତ ଭାବେ ଚିକିତ୍ସିତ ହେଉଛନ୍ତି। ଜିଲ୍ଲାରେ ଏଡ୍‍ସ ରୋଗ ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ସେ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ପରିବାର କଲ୍ୟାଣ ଡା. ଭଂଜକିଶୋର ରାମଚନ୍ଦ୍ର ଦେଓ ହେମ୍ବ୍ରମ୍‍, ଡା. କିଶୋର ଚନ୍ଦ୍ର ପଟ୍ଟନାୟକ, ଡା. ମଳୟ କୁମାର ସାହୁ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପ୍ରଜନନ ଓ ଶିଶୁସ୍ୱାସ୍ଥ୍ୟ ପରିଚାଳକ ଗିରିଜା ପ୍ରସାଦ ମିଶ୍ର, ଜିଲ୍ଲା ଏଚ୍‍ଆଇଭି ଏଡ୍‍ସ ପରାମର୍ଶଦାତା ବନୋଜ କୁମାର ପ୍ରଧାନ, ପ୍ରମୋଦ କୁମାର ପ୍ରଧାନ, ଗୀତାଂଜଳି ସାହୁ, ମୀନାକ୍ଷୀ ସ୍ୱାଇଁ, ଧରଣୀଧର ମାହାର, ଅହନା ସହାୟକ ସମୀର ମହାକୁଡ, ଗଣମାଧ୍ୟମର ସମସ୍ତ ପ୍ରତିନିଧି ତଥା ସ୍ୱାସ୍ଥ୍ୟ ବିଭାଗର ବହୁ କର୍ମଚାରୀ ଉପସ୍ଥିତ ଥିଲେ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories