www.samajalive.in
Saturday, December 6, 2025
26.1 C
Bhubaneswar

‘ବିଶ୍ବ ଏଡ୍‌ସ ଦିବସ’ ଉପଲକ୍ଷେ ପଦଯାତ୍ରା

କଟକ : ବିଶ୍ବ ଏଡ୍‌ସ ଦିବସ ଉପଲକ୍ଷେ କଟକରେ ଏକ ସଚେତନ ପଦଯାତ୍ରା ଅନୁଷ୍ଠିତ ହୋଇଛି। କଟକ ଜିଲା ‘ସମୃଦ୍ଧି ଫାଉଣ୍ଡେସନ’ ଓ ‘ସୃଷ୍ଟି’ ସଂସ୍ଥାର ମିଳିତ ସହ​‌ଯୋଗରେ ଏହି ପଦଯାତ୍ରା ଶନିବାର ସକାଳେ ହୋଇଛି। ‘ସମୃଦ୍ଧି ଫାଉଣ୍ଡେସନ’ର ସଭାପତି ତନୁଶ୍ରୀ ବେହେରା ଓ ସମ୍ପାଦିକା ସୋନି ସିଲଙ୍କ ଆହ୍ବାନରେ କଟକ ଜିଲାରେ ବାସ କରୁଥିବା କିନ୍ନରମାନଙ୍କ ସହାୟତାରେ ପଦଯାତ୍ରା ଆରମ୍ଭ ହୋଇଥିଲା। ଏହି ପଦଯାତ୍ରା ପିଲଗ୍ରୀମ ରୋଡରୁ ବାହାରି କଟକ ରେଳ ଷ୍ଟେସନ ପର୍ଯ୍ୟନ୍ତ ଯାଇଥିଲା। ଏଚଆଇଭି ସଂକ୍ରମିତ ବ୍ୟକ୍ତି କିପରି ସମାଜରେ ସ୍ବାଭିମାନ ସହ ବଞ୍ଚିବା ସହ ହିଂସା ଦ୍ବାରା ସେମାନେ ପ୍ରଭାବିତ ନ ହେବେ ତାହା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଅଟେ। ସମାଜରେ ସମସ୍ତଙ୍କ ଚିନ୍ତାଧାରା ବଦଳାଇବା ଓ ଏଡ୍‌ସ ନ ବ୍ୟାପିବା ପାଇଁ ସେମାନେ ଅନ୍ୟମାନଙ୍କୁ ସଚେତନ କରାଇଥିଲେ।

ଏହି କାର୍ଯ୍ୟକ୍ରମରେ ସମାଜସେବୀ ଅଭିଜିତ ଦାଶ, ପ୍ରହଲ୍ଲାଦ ମହାରଣା, ସୃଷ୍ଟି ସଙ୍ଗଠନର ସମସ୍ତ ସଭ୍ୟା, ୱାଇଡବ୍ଲୁସିଏର ସଦସ୍ୟ ବୃନ୍ଦ ଯୋଗ ଦେଇଥିଲେ।

- Advertisement -

 

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories