www.samajalive.in
Saturday, December 6, 2025
26.1 C
Bhubaneswar

ବିପର୍ଯ୍ୟୟଜନିତ ସମ୍ଭାବ୍ୟ କ୍ଷୟକ୍ଷତି ହ୍ରାସ ସମ୍ବନ୍ଧୀୟ ଆଞ୍ଚଳିକ କର୍ମଶାଳା

ଭୁବନେଶ୍ବର : ଜାତୀୟ  ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ( ଏନ.ଡି.ଏମ.ଏ) ଏବଂ ଓଡିଶା ବିପର୍ଯ୍ୟୟ ପରିଚାଳନା କତ୍ତୃପକ୍ଷ ( ଓ.ଏସ.ଡି.ଏମ.ଏ)ଙ୍କ ମିଳିତ ସହଯୋଗରେ ବିପର୍ଯ୍ୟୟଜନିତ ସମ୍ଭାବ୍ୟ କ୍ଷୟକ୍ଷତି ହ୍ରସ ସମ୍ବନ୍ଧୀୟ ଏକ ଆଞ୍ଚଳିକ କର୍ମଶାଳା ସୋମବାର ଭୁବନେଶ୍ବରସ୍ଥିତ ହୋଟେଲ ମେ ଫେୟାର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳା ଦୁଇ ଦିନ ଧରି ଚାଲିବ। ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ, ପଶ୍ଚିମବଙ୍ଗ ଓ ଅଡିଶା ରାଜ୍ୟଗୁଡିକରେ ବନ୍ୟା, ବାତ୍ୟା, ଭୂମିକମ୍ପ, ଜରୁରୀକାଳୀନ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ବିପର୍ଯ୍ୟୟ ପ୍ରଶମନ ପଦକ୍ଷେପ ଓ କ୍ଷୟକ୍ଷତି ପରିଚାଳନାରେ ଜି.ଆଇ.ଏସର ଭୂମିକା ବିଷୟଗୁଡିକୁ ଆଲୋଚନା କରାଯିବ।

ଏହି କର୍ମଶାଳାରେ ଜି.ଭି.ଭି ଶର୍ମା, ସଦସ୍ୟ ସଚିବ, ଏନ.ଡି.ଏମ.ଏ ଉକ୍ତ କର୍ମଶାଳର ମୂଳ ବିଷୟବସ୍ତୁ ଉପରେ ଆଲୋକପାତ କରିବେ ଏବଂ ୟୁ.ପି ସିଂହ, ଜଳସମ୍ପଦ ବିଭାଗ ସଚିବ, ଭାରତ ସରକାର, ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଉପସ୍ଥିତଥିଲେ। ଭାରତୀୟ ପାଣିପାଗ ବିଭାଗ, କେନ୍ଦୀୟ ଜଳ ଆୟୋଗ, ଇନକଏସ, ନେସନାଲ ସେଣ୍ଟର ଫର ସେସମଲୋଜି, ଜାତୀୟ ସୂଚନା କେନ୍ଦ୍ର, ଆଇଆଇଟି, ମାଡ୍ରାସ, ଅନ୍ୟାନ୍ୟ ରାଜ୍ୟ ସରକାର ଓ ସଂଗଠନ ବିପର୍ଯ୍ୟଜନିତ ସମ୍ଭାବ୍ୟ କ୍ଷୟକ୍ଷତି ହ୍ରାସ ପାଇଁ ସେମନାଙ୍କ ମତାମତ ପ୍ରଦାନ କରିବେ।

- Advertisement -

ଉକ୍ତ କର୍ମଶାଳାଟି ଅଂଶଗ୍ରହଣ କରିଥିବା ରାଜ୍ୟମାନଙ୍କ ପାଇଁ ବିପର୍ଯ୍ୟୟଜନିତ ସମ୍ଭାବ୍ୟ କ୍ଷୟକ୍ଷତି ହ୍ରାସ ସମ୍ବନ୍ଧୀୟ ଅନୁଭୂତିଗୁଡିକୁ ଆଦାନପ୍ରଦାନ କରିବାରେ ସହାୟକ ହେବସହ ଭବିଷ୍ୟତରେ ବିପର୍ଯ୍ୟୟଜନିତ ଧନଜୀବନ ଓ ପରିବେଶ ଜନିତ ସମ୍ଭାବ୍ୟ କ୍ଷୟକ୍ଷତିକୁ  ହ୍ରାସ କରାଯାଇପାରିବ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories