www.samajalive.in
Friday, December 12, 2025
15.1 C
Bhubaneswar

ମହିଳା ଏସିଆ କପ୍‌ : ଥାଇଲାଣ୍ଡକୁ ହରାଇ ସେମିରେ ଭାରତ

ସିଲ୍‌ହଟ୍‌ : ମହିଳା ଏସିଆ କପ୍‌ ଟ୍ବେଣ୍ଟି-୨୦ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ଭାରତ ପ୍ରବେଶ କରିଛି । ସୋମବାର ତା’ର ଶେଷ ଲିଗ୍‌ ମ୍ୟାଚ୍‌ରେ ଦୁର୍ବଳ ଥାଇଲାଣ୍ଡକୁ ସହଜରେ ୯ ୱିକେଟ୍‌ରେ ହରାଇଛି ଭାରତ। ୬ଷ୍ଠ ମ୍ୟାଚ୍‌ରେ ଭାରତର ଏହା ୫ମ ବିଜୟ। ପାକିସ୍ତାନଠାରୁ ଏକମାତ୍ର ମ୍ୟାଚ୍‌ ହାରିଥିବା ଭାରତୀୟ ମହିଳା ଦଳ ୧୦ ପଏଣ୍ଟ ସହ ଶୀର୍ଷ​ରେ ‌ରହିଛି। ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟ ସେମିଫାଇନାଲରେ ପହଞ୍ଚିଛନ୍ତି । ତେବେ ଶ୍ରୀଲଙ୍କାକୁ ବହୁତ ବଡ଼ ବ୍ୟବଧାନରେ ହରାଇଲେ ନେଟ୍‌ ରନ୍‌ରେଟ୍‌ ଭିତ୍ତିରେ ଭାରତକୁ ପଛରେ ପକାଇ ପାକିସ୍ତାନ ଶୀର୍ଷ ସ୍ଥାନ ହାସଲ କରିବ। ଏହି ମ୍ୟାଚ୍‌ ଜିତିଲେ ବାଂଲାଦେଶ ମଧ୍ୟ ସେମିଫାଇନାଲ ଖେଳିବ। ଅନ୍ୟଥା ଥାଇଲାଣ୍ଡ ସେମିଫାଇନାଲ ଖେଳିବ। ଅନୁମାନ କରାଯାଉଛି ଯେ ଗୁରୁବାର ଭାରତ-ବାଂଲାଦେଶ ଏବଂ ଶ୍ରୀଲଙ୍କା-ପାକିସ୍ତାନ ସେମିଫାଇନାଲ ଖେଳାଯିବ।
ସୋମବାର ଭାରତୀୟ ମହିଳା ଦଳ ଟସ୍ ଜିତି ଫିଲ୍‌ଡିଂ ନେବା ପରେ ଥାଇଲାଣ୍ଡ ଦଳ ନୈରାଶ୍ୟଜନକ ବ୍ୟାଟିଂକରି ୧୫.୧ ଓଭରରେ ମାତ୍ର ୩୭ ରନ୍‌ରେ ଅଲ୍‌ଆଉଟ ହୋଇଥିଲା। ଓପନର୍‌ ନାନାପାଟ୍‌ କୋଞ୍ଚାରୋଏନ୍‌କାଇ ୧୯ଟି ବଲ୍‌ରୁ ଗୋଟିଏ ଚୌକା ସହ ୧୨ ରନ୍‌ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟର୍‌ ଦୁଇ ଅଙ୍କ ‌େ​‌ସ୍କାର କରି ପାରିନଥିଲେ। ଭାରତ ତରଫରୁ ୩ ସ୍ପିନର ସ୍ନେହା ରାଣାା ୩ଟି ଏବଂ ଦୀପ୍ତି ଶର୍ମା ଓ ରାଜେଶ୍ବରୀ ଗାଏକ୍‌ୱାଡ୍‌ ୨ଟି ଲେଖାଏଁ ଓ ମେଘନା ସିଂହ ଗୋଟିଏ ୱିକେଟ୍‌ ନେଇଥିଲେ। ଭାରତୀୟ ଦଳ ୬ ଓଭରରେ ଗୋଟିଏ ୱିକେଟ୍ ହରାଇ ୪୦ ରନ୍‌ କରି ବିଜୟୀ ହୋଇଥିଲା। ଶେଫାଳି ବର୍ମା ୮ ରନ୍‌ କରି ଆଉଟ୍‌ ହୋଇଥିଲେ। ଏସ୍. ମେଘନା ୩ଟି ଚୌକା ସହ ୨୦ ଓ ପୂଜା ବସ୍ତ୍ରାକର ୨ଟି ଚୌକା ସହ ୧୨ ରନ୍ କରି ଅପରାଜିତ ରହିଥିଲେ। ସେହ୍ନା ରାଣା ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ହୋଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories