www.samajalive.in
Sunday, December 14, 2025
16.1 C
Bhubaneswar

ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବିଶ୍ୱ ମାନସିକ ଦିବସ

ବାଙ୍କୀ : ବାଙ୍କୀ ବ୍ଲକ ଅଧିନ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସୋମବାର ଦିନ ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ଅମରେଶ ସାହୁ ଏହି ଅବସରରେ ଜନଜାଗରଣ ସୃଷ୍ଟି ପାଇଁ ସାଇକେଲ ଚଲାଇ ଜନସଚେତନ ପଦଯାତ୍ରାର ଶୁଭ ଉଦଘାଟନ କରି ନିଜେ ପ୍ରଚାରରେ ବାହାରିଥିଲେ। ସାଇକେଲ ଶୋଭାଯାତ୍ରା ସୁବଣର୍ଣ୍ଣପୁର ଗ୍ରାମ ପରିକ୍ରମା କରିଥିଲେ । ସ୍ଥାନୀୟ ଆଶା କର୍ମୀ, ସ୍ୱାସ୍ଥ୍ୟକର୍ମୀ ଏବଂ ଏନସିସି ଛାତ୍ର ମାନେ ପ୍ଲାକ କାର୍ଡ ଓ ବ୍ୟାନର ଧରି ପ୍ରଚାର କରିଥିଲେ । ସୁସ୍ଥ ସମାଜରେ ସୁସ୍ଥ ଭାବରେ ଜୀବନ ଯାପନ ପାଇଁ ନିଶାଦ୍ରବ୍ୟ ଠାରୁ ଦୂରେଇ ରହିବା, ସ୍ୱାସ୍ଥ୍ୟକର ଖାଦ୍ୟ ନିୟମିତ ଖାଇବା, ନିୟମିତ ଶାରୀରିକ ପରିଶ୍ରମ କରିବା, ମାନସିକ ଚାପରୁ ନିଜକୁ ନିବୃତ୍ତ ରଖିବା, ନିୟମିତ ଯୋଗ ଓ ବ୍ୟାୟାମ କରିବା, ସକାରତ୍ମକ କଥା ଚିନ୍ତା କରିବା, ଦୈନିକ ୬ ରୁ ୮ଘଣ୍ଟା ସୁନିଦ୍ରା ଯିବାପାଇଁ ସ୍ଲୋଗାନ ଦେଇ ପଦଯାତ୍ରା କରାଯାଇଥିଲା। ପରେ ପରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଏହି ଦିବସର ଅନୁଚିନ୍ତା ଏବଂ ସ୍ୱାସ୍ଥ୍ୟକର୍ମୀ ଓ ଆଶା ମାନଙ୍କର ଗୁରୁ ଦାୟିତ୍ୱ ସମ୍ପର୍କରେ ଆଲୋଚନା କରାଯାଇଛି। ଡାକ୍ତର ଅମରେଶ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମାନଭଞ୍ଜନ ଦଳାଇ, ବିପିଏମ ସଂଗୀତା ଦାଶ, ବାମ୍ ଆଶିଷ ବିଭୁତିରାୟ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories