www.samajalive.in
Friday, December 12, 2025
15.1 C
Bhubaneswar

ନଦୀକୂଳ ଅଞ୍ଚଳରେ ବାରହା​​‌ ଉପଦ୍ରବ, ଚାଷୀ ଅତିଷ୍ଠ

ତିଗିରିଆ : ମହାନଦୀ କୂଳବର୍ତ୍ତୀ ଅଞ୍ଚଳରେ ଦିନକୁ ଦିନ ବାରହାଙ୍କ ଉପଦ୍ରବ ବଢ଼ିଚାଲିଛି । ପଲ ପଲ ବାରହା ବିଭିନ୍ନ କ୍ଷେତବାଡ଼ିରେ ପଶି କ୍ଷତି ଘଟାଉଥିବାରୁ ଚାଷୀ ଅତିଷ୍ଠ ହେଲେଣି । ବିଶେଷ କରି ବନ୍ଧବାଡ଼ ତଳେ ତିଗିରିଆ ବ୍ଲକର ହାଟମାଳ, ବାଙ୍କୀ ଉତ୍ତର କୁଳାଟର ବାଉଁଶପୁଟ ଏବଂ ବନ୍ଦାଳ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି । ଚାଷୀଙ୍କ ଠାରୁ ମିଳିଥିବା ସୂଚନା ମୁତାବକ ଗତ ପ୍ରାୟ ୧ ମାସ ହେଲା ବହୁ ସଂଖ୍ୟାରେ ବାରହା ଚାଷୀଙ୍କ ବିଲ ବାଡ଼ିରେ ଲାଗିଥିବା ପାଳୁଅ, କନ୍ଦମୂଳ ଏବଂ ସାରୁ ଆଦି ତାଡ଼ି ଖାଇଯାଉଛନ୍ତି । ଦଳଦଳ ହୋଇ ବାରହା ଧାନ କ୍ଷେତରେ ପଶି ଧାନଗଛକୁ ଦଳି ଚକଟି ଗଡ଼ିବା ଯୋଗୁଁ ଧାନଗଛ ସବୁ ମାଟିରେ ଲୋଟି ପଡ଼ୁଛି। ଏହାଛଡ଼ା ବାର୍ହାମାନେ କ୍ଷେତଗୁଡ଼ିକର ହିଡ଼କୁ ତାଡ଼ି ଦେଉଥିବାରୁ ଚାଷୀ ଧାନଗଛ ପାଇଁ ବନ୍ଧାଇ ରଖିଥିବା ଜଳ ବୋହିଯାଉଥିବା ହାଟମାଳ ଗ୍ରାମର ବହୁ ଚାଷୀ ଅଭିଯୋଗ କରିଛନ୍ତି । ଅପରପକ୍ଷେ ବାରହା ଆକ୍ରମଣରେ ଗତ ବର୍ଷ ହାଟମାଳ ପଞ୍ଚାୟତରେ ୩ଜଣଙ୍କ ଅବସ୍ଥା ଗୁରୁତର ହୋଇଥିଲା। ଏଣୁ ଚାଷୀ ପୁରୁଣା କଥାକୁ ମନେପକାଇ ବାରହାଙ୍କୁ ଦେଖି ଭୟଭୀତ ହେଉଛନ୍ତି । ବାରମ୍ବାର ଏନେଇ ଚାଷୀ ଅଭିଯୋଗ କରୁଥିଲେ ମଧ୍ୟ ବନବିଭାଗ ପକ୍ଷରୁ ବାରହା ଉପଦ୍ରବ ରୋକିବାରେ କୌଣସି ପଦକ୍ଷେପ ନିଆଯାଉନଥିବା ଚାଷୀ କହିଛନ୍ତି । ମହାନଦୀକୂଳ ବନ୍ଧବାଡ଼ର ଉଭୟ ପଟରେ ଗତ ୨/୩ ବର୍ଷ ମଧ୍ୟରେ ବିଭିନ୍ନ ସ୍ଥାନରେ ବନୀକରଣ କରାଯିବା ସହିତ ଘଞ୍ଚ ବଣବୁଦା ସୃଷ୍ଟି ହୋଇଛି । ଏଣୁ ବାରହା ସହିତ ଅନ୍ୟ କେତେକ ଛୋଟ ଜଙ୍ଗଲୀଜନ୍ତୁ ରହୁଥିବା ଜଣାପଡ଼ିଛି। ବନ୍ୟଜନ୍ତୁଙ୍କ ସୁରକ୍ଷା ସହିତ କ୍ଷେତବାଡ଼ିର ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ ନଦୀକୂଳ ଅଞ୍ଚଳରେ କର୍ମଚାରୀ ନିୟୋଜନ କରାଯାଇ ଏଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories