www.samajalive.in
Friday, December 12, 2025
14.1 C
Bhubaneswar

କେବେ ସରିବ ହାଟମାଳ କଲ୍ୟାଣ ମଣ୍ଡପ ?

ତିଗିରିଆ :  ତିଗିରିଆ ବ୍ଲକ ହାଟମାଳ ପଞ୍ଚାୟତରେ ପ୍ରତିଷ୍ଠା ହେବାକୁ ଥିବା କଲ୍ୟାଣ ମଣ୍ଡପ ଦୀର୍ଘ ୫ବର୍ଷ ହେଲା ଅଧପନ୍ତରା ହୋଇ ପଡ଼ି ରହିଥିବା ଦେଖିବାକୁ ମିଳିଛି । ତିଗିରିଆର ପ୍ରାଚୀନ ଶକ୍ତିପୀଠ ମା ଦୁର୍ଗାଦେବୀଙ୍କ ପୀଠ ସନ୍ନିକଟରେ ଏହି କଲ୍ୟାଣ ମଣ୍ଡପ ପ୍ରତିଷ୍ଠା ପାଇଁ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ଇତି ମଧ୍ୟରେ ୫ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଚୁଡ଼ାନ୍ତ ହୋଇପାରିଲାନି । ପୁରୁଣା ଅବିଭକ୍ତ ବଡ଼ନାଉପୁଟ ପଞ୍ଚାୟତ ଥିବା ବେଳେ ୨୦୧୫-୧୬ ଆର୍ଥିକ ବର୍ଷରେ ଏହି କଲ୍ୟାଣ ମଣ୍ଡପ ପ୍ରତିଷ୍ଠା ପାଇଁ ପ୍ରଥମ ପର୍ଯ୍ୟାୟରେ ୨୦ଲକ୍ଷ ଟଙ୍କାର ଅନୁଦାନ ମଞୁର ହୋଇଥିଲା । ନୂତନ ହାଟମାଳ ପଞ୍ଚାୟତ ଗଠନ ଏବଂ ନିର୍ବାଚନ ସରିବା ପରେ ସେହି ୨୦ ଲକ୍ଷ ଟଙ୍କା ଏବଂ ପରେ ଆଉ ୫ଲକ୍ଷ ଏହିପରି ୨୫ଲକ୍ଷ ଟଙ୍କାର ଅନୁଦାନକୁ ବିନିଯୋଗ କରି ଘରର କାନ୍ଥ ଗଢ଼ା ହେବା ଓ ଛାତ ପଡ଼ିବା ପରେ ଆଉ କୌଣସି କାମ ହେଉନଥିବାରୁ ସ୍ଥାନୀୟ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ନିର୍ମାଣ କାର୍ଯ୍ୟ ପ୍ରାୟ ୩ବର୍ଷ ହେଲା ସମ୍ପୂର୍ଣ୍ଣ ବନ୍ଦ ରହି ସେହି ଅଧ ପନ୍ତରା ଅବସ୍ଥାରେ ପଡ଼ିରହିଛି । ଅର୍ଦ୍ଧନିର୍ମିତ ନିର୍ମାଣରେ ଅନାବନା ଗଛଲଟା ଓ ଶିଉଳି ଛାଇ ଗଲାଣି । ଦୁର୍ଗାଦେବୀଙ୍କ ପୀଠ ନିକଟରେ ଏହି କଲ୍ୟାଣ ମଣ୍ଡପ ନିର୍ମାଣ ହେଲେ ବିଭିନ୍ନ ସାମାଜିକ, ଧାର୍ମିକ ଏବଂ ବିବାହ ଓ ବ୍ରତ ଆଦି କାର୍ଯ୍ୟ ତୁଲାଇବାରେ ଲୋକେ ବିଶେଷ ଉପକୃତ ହେବେ ବୋଲି ଆଶା କରିବା ସହିତ ନୂତନ ଆଶା ସଂଚାର ହୋଇଥିଲା। ହେଲେ ଉକ୍ତ କଲ୍ୟାଣ ମଣ୍ଡପର ଚୁଡ଼ାନ୍ତ ହେବାରେ ଅହେତୁକ ବିଳମ୍ବ ଲାଗି ରହିଥିବାରୁ ସ୍ଥାନୀୟ ଜନସାଧାରଣରେ ଉଦବେଗ ପ୍ରକାଶ ପାଇଛି । ଦୁର୍ଗାଦେବୀଙ୍କ ପୀଠରେ ସାମାଜିକ ତଥା ଧାର୍ମିକ କାର୍ଯ୍ୟ କରିବା ପାଇଁ ସେଭଳି କୌଣସି ସୁବିଧା ନଥିବା ଯୋଗୁଁ ବିଭିନ୍ନ ସମୟରେ ମୁକ୍ତ ଆକାଶ ତଳେ ଲୋକେ ଏହିସବୁ କାର୍ଯ୍ୟ କରିବା ବେଳେ ବିଭିନ୍ନ ପ୍ରତିକୂଳ ପାଣିପାଗରେ ନାନା ସମସ୍ୟା ଭୋଗିଥାନ୍ତି। ତେବେ ଏ ସମ୍ପର୍କରେ ସ୍ଥାନୀୟ ନୂତନ ସରପଞ୍ଚ ସଂଯୁକ୍ତା ସ୍ୱାଇଁଙ୍କୁ ଯୋଗାଯୋଗ କରିବାରେ କଲ୍ୟାଣ ମଣ୍ଡପ କାର୍ଯ୍ୟ ଖୁବ୍ ଶିଘ୍ର ଆରମ୍ଭ ହୋଇ ଚୁଡ଼ାନ୍ତ କରାଯିବ ବୋଲି କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories