www.samajalive.in
Saturday, December 6, 2025
14.1 C
Bhubaneswar

ବିଜୁଳି ଆଲୋକ ପାଇଁ ବ୍ଲକ ଓ ବିଦ୍ୟୁତ ଅଫିସରେ ପହଞ୍ଚିଲେ ଗ୍ରାମର ମହିଳା 

ଠାକୁରମୁଣ୍ଡା: ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ସାତକୋଶିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଘୁଳୁଘୁଳିଆ ଗ୍ରାମର ନଙ୍ଗଳକଟା ସାହିରେ ବସବାସ କରୁଥିବା ମୋଟ ୫୦ଟି ପରିବାର ବିଦ୍ୟୁତ ସଂଯୋଗରୁ ଆଜି ପର୍ୟ୍ୟନ୍ତ ବଞ୍ଚିତ। ବିଜୁଳି ଆଲୁଅ ଯୋଗାଇ ଦେବାକୁ ଗ୍ରାମର ମହିଳାମାନେ ଏକତ୍ରିତ ହୋଇ ବୁଧବାର ଦିନ ସ୍ଥାନୀୟ ବ୍ଲକ ଓ ବିଦ୍ୟୁତ କାର୍ୟ୍ୟାଳୟରେ ପହଞ୍ଚି ଲିଖିତ ଭାବେ ଦାବୀ ଜଣାଇଛନ୍ତି।

ପ୍ରକାଶ ଯେ, ଦିର୍ଘ ଦିନ ଧରି ବିଦ୍ୟୁତ ପାଇବାକୁ ସାହିଦାବୀ ଜଣାଇ ଆସୁଥିଲେ ମଧ୍ୟ ଏହି ସାହିରେ ଥିବା ପରିବାରଗୁଡିକୁ ସରକାର ବିଦ୍ୟୁତ ଯୋଗାଇ ପାରିନାହାନ୍ତି। ଏହି ସାହି ଦେଇ ୧୧ କେଭିର ବିଦ୍ୟୁତ ତାର ଯାଇଛି କିନ୍ତୁ କୌଣସି କାରଣରୁ ବିଦ୍ୟୁତ ସେବାରୁ ଦିର୍ଘ ବର୍ଷ ଧରି ବଞ୍ଚିତ ହୋଇ ରହିଛନ୍ତି। ବୁଧବାର ଦିନ ସାହିର ମହିଳାମାନେ ବିଡ଼ିଓଙ୍କ କାର୍ୟ୍ୟାଳୟରେ ପହଞ୍ଚି ବିଦ୍ୟୁତ ସଂଯୋଗ ପାଇଁ ଲିଖିତ ଜଣାଇବା ସହିତ ବିଦ୍ୟୁତ ବିଭାଗ ଅଫିସରେ ଜେଇଙ୍କୁ ଭେଟି ଦାବୀ ପତ୍ରର ନକଲ ପ୍ରଦାନ କରିଛନ୍ତି। ନଙ୍ଗଳକଟା ସାହିକୁ ବିଦ୍ୟୁତ ଯୋଗାଣ ପାଇଁ ପଞ୍ଚାୟତ ସମିତି ବୈଠକରେ ମଧ୍ୟ ଦାବି କରିଥିବାର ସମିତି ସଭ୍ୟ ପ୍ରକାଶ କରିଥିଲେ। ଠାକୁରମୁଣ୍ଡା ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ବିରଞ୍ଚିନାରାୟଣ ଦଳେଇଙ୍କୁ ଏସମ୍ପର୍କରେ ପଚାରିବାରୁ ବିଭାଗ ତରଫରୁ ବିଦ୍ୟୁତ ସଂଯୋଗରୁ ବାଦ ପଡିଥିବା ଏହି ସାହିରେ ଯାଇ ସର୍ଭେ କରାଯାଇଛି । ତାର ଏଷ୍ଟିମେଟ କରି ଏସଡିଓଙ୍କ ନିକଟକୁ ପଠାଯାଇଛି। ପରବର୍ତ୍ତୀ ସମୟରେ ସୌଭାଗ୍ୟ ଯୋଜନାରେ ଏହା କାର୍ୟ୍ୟକାରୀ ହେବ। ଖୁବଶୀଘ୍ର ବିଦ୍ୟୁତ ସଂଯୋଗ ହୋଇଯିବ ବୋଲି କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories