www.samajalive.in
Saturday, December 6, 2025
26.1 C
Bhubaneswar

ମୋଦୀ ଦୋହରାଇଲେ ଥ୍ରୀଟି’ର ଗୁରୁତ୍ୱ, କହିଲେ ଚିନ୍ତା ବଢ଼ାଇଛି ୭ ରାଜ୍ୟର ୬୦ ଜିଲ୍ଲା

ଦେଶର ସାତୋଟି ରାଜ୍ୟରେ କେବଳ ୬୦ ଟି ଜିଲ୍ଲା ଚିନ୍ତାର କାରଣ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଏକ କରୋନା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି କହିଛନ୍ତି। ଦେଶର ୭ଟି ଅଧିକ କରୋନା ସଂକ୍ରମିତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଏକ ଉଚ୍ଚ ସ୍ତରୀୟ ଭର୍ଚୁଆଲ୍ ବୈଠକ ପରେ ମୋଦୀ ଟେଷ୍ଟିଙ୍ଗ (ପରୀକ୍ଷଣ), ଟ୍ରେସିଙ୍ଗ (ଅନୁସନ୍ଧାନ) ଓ ଟ୍ରିଟମେଣ୍ଟ (ଚିକିତ୍ସା) ଉପରେ ଗୁରୁତ୍ୱ ଦେଇଛନ୍ତି।

ସେହି ସାତଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ହେଉଛି ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ତାମିଲନାଡୁ, ଦିଲ୍ଲୀ ଏବଂ ପଞ୍ଜାବ। ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶରେ ୭୦୦ ରୁ ଅଧିକ ଜିଲ୍ଲା ଅଛି କିନ୍ତୁ ସାତୋଟି ରାଜ୍ୟର କେବଳ ୬୦ ଟି ଜିଲ୍ଲା ଚିନ୍ତାର କାରଣ ଅଟେ। ମୋଦୀ ସେହି ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ସାତ ଦିନ ଧରି ଜିଲ୍ଲା ଏବଂ ବ୍ଲକ ସ୍ତରରେ ଥିବା ଲୋକଙ୍କ ସହ ଭର୍ଚୁଆଲ୍ ସମ୍ମିଳନୀ କରିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ଆମକୁ ବିଭିନ୍ନ ରାଜ୍ୟର ସର୍ବୋତ୍ତମ ଅଭ୍ୟାସରୁ ଶିଖିବାକୁ ପଡ଼ିବ।

- Advertisement -

ଏହି ରାଜ୍ୟଗୁଡିକରେ କରୋନା ଭାଇରସ୍ ସଂକ୍ରମଙ୍କୁ ରୋକିବା ପାଇଁ ପ୍ରଭାବଶାଳୀ ଢଙ୍ଗରେ ପରୀକ୍ଷଣ, ଅନୁସନ୍ଧାନ, ଚିକିତ୍ସା, ନୀରିକ୍ଷଣ ଏବଂ ଆଲୋଚନା ଉପରେ ଗୁରୁତ୍ୱ ଦେବାକୁ ମୋଦୀ ପରାମର୍ଶ ଦେଇଛନ୍ତି। ପ୍ରଭାବଶାଳୀ ପରୀକ୍ଷଣ, ଅନୁସନ୍ଧାନ, ଚିକିତ୍ସା ଏବଂ ନୀରିକ୍ଷଣ ଉପରେ ଆମର ଧ୍ୟାନ ବଢାଇବାକୁ ପଡିବ ଓ ଅଲଗା ରୋଗ ଥିବା ଲୋକଙ୍କୁ ସଚେତନ କରାଇବା ଆବଶ୍ୟକ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏ ନେଇ ଗୁଜବ ସୃଷ୍ଟି ହୋଇପାରେ ଓ ଏହା ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିପାରେ ଯେ କରୋନା ନମୁନା ପରୀକ୍ଷା ଖରାପ ଅଟେ। ତେବେ କେତେକ ଲୋକ ସଂକ୍ରମଣର ଗମ୍ଭୀରତାକୁ ନେଇ ଚିନ୍ତା କରୁନଥିବା ସେ କହିଛନ୍ତି।

ସେ କହିଛନ୍ତି ଯେ ଭାରତ ଏଭଳି କଷ୍ଟସାଧ୍ୟ ସମୟରେ ମଧ୍ୟ ସମଗ୍ର ବିଶ୍ୱକୁ ଜୀବନ ରକ୍ଷାକାରୀ ଔଷଧ ଯୋଗାଣକୁ ସୁନିଶ୍ଚିତ କରିଛି। ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ସହଜରେ ଔଷଧ ପହଂଚାଇବା ପାଇଁ ଆମକୁ ମିଳିତ ଭାବେ କାର୍ଯ୍ୟ କରିବାକୁ ପଡିବ ବୋଲି କହିବା ସହ ମୋଦୀ ମାଇକ୍ରୋ କଣ୍ଟେନମେଣ୍ଟ ଉପରେ ଧ୍ୟାନ ଦେବାକୁ ରାଜ୍ୟ ସରକାରଗୁଡିକୁ ମଧ୍ୟ ଅନୁରୋଧ କରିଛନ୍ତି। ଆବଶ୍ୟକତା ଅନୁଯାୟୀ ରାଜ୍ୟ ସରକାର ଦିନେ କିମ୍ବା ଦୁଇ ଦିନ ପାଇଁ ସ୍ଥାନୀୟ ଲକଡାଉନ୍ ଲାଗୁ କରିବାକୁ ଉପଯୁକ୍ତ ପରିସ୍ଥିତିର ସମୀକ୍ଷା କରିବାକୁ ସେ ପରାମର୍ଶ ଦେଇଛନ୍ତି।

ଆୟୁଷ୍ମାନ ଭାରତ ଯୋଜନା
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେପ୍ଟେମ୍ବର ୨୫ରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଦୁଇ ବର୍ଷ ପୂରଣ କରିବ। ଦୁଇ ବର୍ଷ ମଧ୍ୟରେ ଏହି ଯୋଜନାରେ ଦେଶର ୧.୨୫ କୋଟିରୁ ଅଧିକ ଗରିବ ଲୋକ ଓ ରୋଗୀ ଉପକୃତ ହୋଇଛନ୍ତି। ଏହି ସଫଳତା ପାଇଁ ମୋଦୀ ସମସ୍ତ ମେଡିକାଲ କର୍ମଚାରୀଙ୍କୁ ପ୍ରଶଂସା କରିଛନ୍ତି।

ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିର ବ୍ୟବହାର ଉପରେ ଏକ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି। ପାଣ୍ଠିର ବ୍ୟବହାରକୁ ୩୫ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି। ସର୍ବସାଧାରଣ ସ୍ଥାନରେ ଭାଇରସ ସଂକ୍ରମଣ ରୋକିବା ପାଇଁ ମାସ୍କ ପିନ୍ଧିବା ଉପରେ ପ୍ରଧାନମନ୍ତ୍ରୀ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories