www.samajalive.in
Friday, December 12, 2025
16.1 C
Bhubaneswar

୩୩% ମହିଳା ସଂରକ୍ଷଣ ପ୍ରସଙ୍ଗ : ନବୀନଙ୍କ ଠାରୁ ଦୁଇପାଦ ଆଗରେ ରାହୁଲ

ନୂଆଦିଲ୍ଲୀ : ସଂସଦ ଓ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ଲାଗି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ସମର୍ଥନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ। ଦୁଇ ପାଦ ଆଗକୁ ଯାଇ ମହିଳା ବିଲକୁ ସମର୍ଥନ କରିବା ପାଇଁ ‌ସେ କଂଗ୍ରେସ ଶାସିତ ଏବଂ କଂଗ୍ରେସ ସହ ମେଣ୍ଟ କରିଥିବା ମୁଖ୍ୟନ୍ତ୍ରୀମାନଙ୍କୁ ଚିଠି ଲେଖିଛନ୍ତି। ତେବେ ଏହି ପ୍ରସଙ୍ଗକୁ ଆଳ କରି ନବୀନ ଜାତୀୟ ରାଜନୀତିରେ ଯେଉଁ ମାଇଲେଜ୍ ନେବାକୁ ଚେଷ୍ଟା କରୁଥିଲେ ତାହା ପାଣିଚିଆ ଧରିଯାଇଛି । କାରଣ ଏବେ ସବୁ କ୍ରେଡିଟ ରାହୁଳଙ୍କ ସପକ୍ଷରେ। ଏହି ପ୍ରସଙ୍ଗକୁ ନେଇ ପରୋକ୍ଷରେ ସେ ରାଜନୀତି ଆରମ୍ଭ କରିଦେଇଛନ୍ତି।

ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ଲାଗି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯେଉଁ ଅଭିଯାନ ଚଳାଇଛନ୍ତି, କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ସେଥିରେ ସହମତ ହୋଇଛନ୍ତି । ମହିଳା ବିଲକୁ ସମର୍ଥନ କରିବା ଲାଗି ସେ କଂଗ୍ରେସ ଶାସିତ ଏବଂ କଂଗ୍ରେସ ସହ ମେଣ୍ଟ କରିଥିବା ରାଜ୍ୟର ମୁଖ୍ୟନ୍ତ୍ରୀମାନଙ୍କୁ ଚିଠି ଲେଖିଛନ୍ତି। ନିଜ ନିଜ ରାଜ୍ୟର ବିଧାନସଭାରେ ଏ ସମ୍ପର୍କରେ ସଂକଳ୍ପ ପାରିତ କରିବା ଲାଗି ମଧ୍ୟ କହିଛନ୍ତି।

- Advertisement -

ରାହୁଲ ତାଙ୍କ ଚିଠିରେ ଲେଖିଛନ୍ତି, ପାର୍ଲାମେଣ୍ଟରେ ମହିଳାମାନଙ୍କୁ ପ୍ରତିନିଧିତ୍ବ ଦେବାରେ ବିଶ୍ବର ୧୯୩ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୧୪୮ ରହିଛି। ରାଜନୀତିରେ ମହିଳାମାନଙ୍କ ପ୍ରତିନିଧିତ୍ବ ଯଥେଷ୍ଟ ମାତ୍ରାରେ ନରହିବା ଆମ ଗଣତନ୍ତ୍ରକୁ ଦୁର୍ବଳ କରିଛି। ପଞ୍ଚାୟତ ସ୍ତରରେ ମହିଳାମାନଙ୍କୁ ଦିଆଯାଇଥିବା ସଂରକ୍ଷଣ ଯୋଗୁ ସେମାନେ ଦକ୍ଷ ନେତୃତ୍ବ ନେଇପାରିଛନ୍ତି। ଯଦିଓ ମହିଳା ସଂରକ୍ଷଣ ବିଲ୍ ୨୦୧୦ରେ ରାଜ୍ୟସଭାରେ ଗୃହୀତ ହୋଇଥିଲା କିନ୍ତୁ ୨୦୧୪ରେ ପଞ୍ଚଦଶ ଲୋକସଭାର କାର୍ଯ୍ୟକାଳ ପୂରଣ ହୋଇଯିବାରୁ ତାହାକୁ ଆଇନରେ ପରିଣତ କରାଯାଇ ପାରି ନଥିଲା।

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିଲ୍ ସପକ୍ଷରେ ଓଡ଼ିଶା ବିଧାନସଭାରେ ସଂକଳ୍ପ ପାରିତ କରାଇଥିଲେ। ଏହା ସହିତ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏହି ବିଲକୁ ସମର୍ଥନ କରିବାକୁ ଅନୁରୋଧ କରିଥିଲେ। ବିଲ୍ ସପକ୍ଷରେ ସମର୍ଥନ ହାସଲ କରିବା ଲାଗି ସେ ତାଙ୍କ ଦଳର ସାଂସଦ, ବିଧାୟକ ଏବଂ ମନ୍ତ୍ରୀମାନଙ୍କର ଏକ  କମିଟି ଗଠନ କରିଛନ୍ତି। ଏହି କମିଟି ବିଭିନ୍ନ ଜାତୀୟ ଓ ଆଞ୍ଚଳିକ ଦଳର ମୁଖ୍ୟମାନଙ୍କୁ ଭେଟି ବିଲ୍ ସପକ୍ଷରେ ସମର୍ଥନ ଯୋଗାଡ଼ କରିବେ।

ତେବେ ରାହୁଳଙ୍କ ସମର୍ଥନ ନବୀନଙ୍କ କାର୍ଯ୍ୟକୁ ଆହୁରି ସହଜ କରି ଦେଇଛି। ଅତ୍ୟନ୍ତ ପକ୍ଷେ କଂଗ୍ରେସ ଶାସିତ ରାଜ୍ୟରୁ ତାଙ୍କୁ ଅନାୟାସରେ ସମର୍ଥନ ମିଳିଯିବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories