www.samajalive.in
Saturday, December 13, 2025
21.1 C
Bhubaneswar

ଅଗ୍ନିି-୫ର ସଫଳ ପରୀକ୍ଷଣ

ଧାମରା : ଭାରତୀୟ ପ୍ରତିରକ୍ଷା ଓ ଗବେଷଣା ଉନ୍ନୟନ ସଂସ୍ଥା (ଡିଆରଡିଓ) ପକ୍ଷରୁ ସୋମବାର ଅପରାହ୍ନ ୧.୨୮ମିନିଟ ସମୟରେ ଅଗ୍ନି-୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ସୁଦୀର୍ଘ ଚାଇନା ଏବଂ ରୁଷିଆକୁ ଲକ୍ଷ୍ୟଭେଦ କରିପାରୁଥିବା ଏବଂ ଚାଇନାର ଡଙ୍ଗପେଙ୍ଗ କ୍ଷେପଣାସ୍ତ୍ରକୁ ଟକ୍କର ଦେବା ଭଳି ଏହି ଅଗ୍ନି -୫ କ୍ଷେପଣାସ୍ତ୍ର ୫୦୦୦କି.ମି ଲକ୍ଷ୍ୟଭେଦ କରିପାରିବ ବୋଲି ଡିଆରଡିଓ କର୍ତ୍ତୃପକ୍ଷ କହିଛନ୍ତି। ଏହାର ପ୍ରକୃତ ଲକ୍ଷ୍ୟଭେଦ ୫ହଜାର ମାଇଲ ଅର୍ଥାତ ୮ହଜାର କି.ମି ବୋଲି ଚୀନ କର୍ତ୍ତୃପକ୍ଷଙ୍କ ନିକଟରେ ମତ ପ୍ରକାଶ କରିଥିଲେ। ଏହି କ୍ଷେପଣାସ୍ତ୍ରର ଲମ୍ବ ୧୭ମିଟର, ମୋଟେଇ ୨ମିଟର, ଓଜନ ୫୦ଟନ୍‍ ହୋଇଥିବା ବେଳେ ଏହା ୧.୧ଟନ୍‍ ଓଜନର ପାରମ୍ପରିକ କିମ୍ବା ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ହାସଲ କରିଛି ବୋଲିି ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରୁ ପ୍ରକାଶ।

ଅଗ୍ନି-୫ କ୍ଷେପଣାସ୍ତ୍ର ୩ଷ୍ଟେଜ ବିଶିଷ୍ଟ କଠିନ ଇନ୍ଧନ ଯୁକ୍ତ। ​‌ସୋମବାର ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ ଦିନ ୧.୨୮ ମିନିଟରେ ହୋଇଥିବା ବେଳେ ୧୨ ମିନିଟ ସମୟ ମଧ୍ୟରେ ଏହା ଲକ୍ଷ୍ୟ ଭେଦ କରିପାରିଥିଲା। ଏହି ଅଗ୍ନି-୫ କ୍ଷେପଣାସ୍ତ୍ର ଚାଇନା, ରୁଷିଆ, ମସ୍କୋ, ଏଥେନ୍ସ, କାଇରା, ତେହେରାନ, ବେଜିଂ, ହଂକଂ, ବ୍ୟାଙ୍କକ୍, ଜାକର୍ତ୍ତା ଏବଂ ଟୋକିଓକୁ ଲକ୍ଷ୍ୟଭେଦ କରିପାରିବାର କ୍ଷମତା ଅଛି ବୋଲି ବିଭାଗୀୟ ଅଧିକାରୀଙ୍କ ନିକଟରୁ ପ୍ରକାଶ ପାଇଛି।

- Advertisement -

ଆଜି ଏହା ଧାମରା ଠାରେ ଥିବା କଲାମ ଘାଟିର ୪ନଂ ଲଂଚପ୍ୟାଡରୁ ପରୀକ୍ଷଣ କରାଯାଇଥିଲା। ଏହା ରୋଡ ଏବଂ ରେଳ ଲଂଚପ୍ୟାଡରୁ ମୋବାଇଲ ଲଂଚର ଯୋଗେ ପରୀକ୍ଷଣ କରାଯାଇ ପାରିବ। ଅଗ୍ନି -୫ କ୍ଷେପଣାସ୍ତ୍ରର ୭ମ ସଂସ୍କରଣ ପରୀକ୍ଷା କରାଯାଇଥିଲା। ଏହାର ପ୍ରଥମ ପରୀକ୍ଷା ୧୯ଏପ୍ରିଲ ୨୦୧୨, ଦ୍ୱିତୀୟ ପରୀକ୍ଷଣ ୧୫ ସେପ୍ଟମ୍ବର ୨୦୧୩, ତୃତୀୟ ପରୀକ୍ଷଣ ୩୧ ଜାନୁଆରୀ ୨୦୧୫ ଏବଂ ୪ର୍ଥ ପରୀକ୍ଷଣ ୨୬ ଡିସେମ୍ବର ୨୦୧୬ରେ,ଏବଂ ୫ମ ପରୀକ୍ଷଣ ୧୮ ଜାନୁଆରୀ ୨୦୧୮ରେ ଏବଂ ୬ଷ୍ଠ ପରୀକ୍ଷଣ ୩ ଜୁନ ୨୦୧୮ରେ ସଫଳତାର ସହ ହୋଇଥିଲା। ଏହି କ୍ଷେପଣାସ୍ତ୍ରଟି ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଛି। ଏହି କ୍ଷେପଣାସ୍ତ୍ର ୫୦କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଇଥିବା ବେଳେ ଆଜିର ଏହି ପରୀକ୍ଷଣ ଭାରତୀୟ ସ୍ଥଳ ସେନାର ଷ୍ଟ୍ରାଟେଜିକ ଫୋର୍ସ କମାଣ୍ଡୋଙ୍କ ଦ୍ୱାରା ହୋଇଥିବା ବେଳେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ବହୁ ବୈଜ୍ଞାନିକ ଉପସ୍ଥିତ ଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories