www.samajalive.in
Saturday, December 6, 2025
26.1 C
Bhubaneswar

ମହିଳାଙ୍କ ଆକାଉଣ୍ଟରେ ଥିଲା ମାତ୍ର ୪୧ ଟଙ୍କା, ହୋଟେଲରେ ୬ଲକ୍ଷ ବିଲ କରି ହୋଇଥିଲେ ଫେରାର

ନୂଆଦିଲ୍ଲୀ: ଦିଲ୍ଲୀ ଏରୋସିଟି ସ୍ଥିତ ପୁଲମାନ ହୋଟେଲରୁ ପ୍ରାୟ ୬ଲକ୍ଷର ଠକେଇ ଅଭିଯୋଗରେ ପୁଲିସ ଜଣେ ମହିଳାଙ୍କୁ ଗିରଫ କରିଛି । ମହିଳାଙ୍କୁ ଗିରଫ କରିବା ପରେ ପୁଲିସ ତାଙ୍କ ଆକାଉଣ୍ଟରେ ମାତ୍ର ୪୧ଟଙ୍କା ଥିବା ଜାଣିବାକୁ ପାଇଛି । ପୁଲିସ ସୂଚନା ଦେଇ କହିଛି ଯେ ଏହି ମହିଳା ଜଣଙ୍କ ଆନ୍ଧ୍ରପ୍ରଦେଶର । ଏୟାରପୋର୍ଟ ନିକଟରେ ସେ କାହିଁକି ରହୁଥିଲେ ସେନେଇ ପୁଲିସ ଖୋଳତାଡ ଜାରି ରଖିଛି । ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ ଆନ୍ଧ୍ରପ୍ରଦେଶ ପୁଲିସଙ୍କୁ ମହିଳାଙ୍କ ପ୍ରକୃତ ଠିକଣା ଏବଂ ତାଙ୍କ ପରିବାର ସମ୍ପର୍କରେ ଖବର ନେଇ ଜଣାଇବାକୁ ଚିଠି ଲେଖାଯାଇଛି । ମହିଳାଙ୍କୁ ପୁଲିସର ଏକ୍ସପଟ ଟିମ୍‍ ପଚରାଉଚରା କରିଥିଲେ ସୁଦ୍ଧା ତଦନ୍ତରେ ସେ କୌଣସି ସହଯୋଗ କରିନାହାଁନ୍ତି । ବ୍ୟାଙ୍କ ଖାତାର ସବିଶେଷ ତଥ୍ୟ ଦେବାକୁ କହିବାରୁ ମହିଳା ଜଣଙ୍କ ମନା କରିଥିଲେ । ହେଲେ ପୁଲିସ ତାଙ୍କ ପୂର୍ବ ଆକାଉଣ୍ଟ ଯାଞ୍ଚ କରିବାରୁ ମହିଳାଙ୍କ ଆକାଉଣ୍ଟରେ ମାତ୍ର ୪୧ ଟଙ୍କା ରହିଥିବା ଜାଣିବାକୁ ପାଇଛି ।

ପାଖରେ ପଇସା ନଥିବା ବେଳେ ମହିଳା ଜଣଙ୍କ କିନ୍ତୁ ହୋଟେଲରେ ୧୫ଦିନ ବେଶ ଆରମରେ ରହିଥିଲେ । ପୁଲିସ କହିଛି ଯେ ମହିଳାଙ୍କ ନାମ ଝାନ୍ସି ରାନୀ ସାମୁଏଲ । ସେ ହୋଟେଲରେ ୧୫ଦିନ ରହିବା ପରେ ୫ଲକ୍ଷ ୮୮ହଜାର ୧୭୬ଟଙ୍କାର ବିଲ୍‍ କରିବା ପରେ ସେଠାରୁ ଫେରାର ହୋଇଯାଇଥିଲେ । ହୋଟେଲର କର୍ମଚାରୀଙ୍କୁ ପୁଲିସ ପଚରାଉଚରା କରିବା ବେଳେ ଜଣାପଡିଛି ଯେ ମହିଳା ଜଣକ ଇଶା ଡେଭଙ୍କ ନାମରେ ଏକ ନକଲି ପରିଚୟ ପତ୍ର ତିଆରି କରିଥିଲେ ଏବଂ ହୋଟେଳରେ ସ୍ପା ସୁବିଧାରେ ୨,୧୧,୭୦୮ଟଙ୍କାର ସେବା ପାଇଥିଲେ ।

- Advertisement -

ଆଇସିଆଇସିଆଇ ବ୍ୟାଙ୍କ ୟୁପିଆଇ ଆପ୍‍ ମାଧ୍ୟମରେ ଟଙ୍କା ପଠାଉଥିବା ସାମୁଏଲ ହୋଟେଲ କର୍ମଚାରୀଙ୍କୁ କହିଥିଲେ । କିନ୍ତୁ ହୋଟେଲର ଆକାଉଣ୍ଟକୁ କୌଣସି ଟଙ୍କା ଆସିନଥିବା ଜଣାପଡିଛି । ମହିଳା ବ୍ୟବହାର କରୁଥିବା ଆପ୍‍ ସନ୍ଦେହଜନକ ବୋଲି ପୁଲିସ କହିଛି । ମହିଳା ଜଣକ ନିଜକୁ ଜଣେ ଡାକ୍ତର ବୋଲି କହିଥିଲେ ଏବଂ ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତ ମହିଳା ତଦନ୍ତରେ ସହଯୋଗ କରୁନାହାଁନ୍ତି। ସେ ପ୍ରଥମେ ପୁଲିସକୁ କହିଥିଲେ ଯେ ସେ ଜଣେ ଡାକ୍ତର ଏବଂ ତାଙ୍କ ସ୍ୱାମୀ ମଧ୍ୟ ଜଣେ ଡାକ୍ତର ଏବଂ ନ୍ୟୁୟର୍କରେ ରହୁଥିଲେ। ଜାଲିଆତି ଅଭିଯୋଗରେ ଜାନୁଆରୀ ୧୩ରେ ମହିଳାଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଥିଲା । ଘଟଣାରେ ଅଧିକ ତଦନ୍ତ କରୁଛି ଦିଲ୍ଲୀ ପୁଲିସ ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories