www.samajalive.in
Sunday, December 7, 2025
14.1 C
Bhubaneswar

ସୁନାମି ବେଳେ ସେଲ୍‌ଫି ନେଉଥିଲେ ମହିଳା, କ୍ୟାମେରାରେ କଏଦ ହେଲା ଭୟଙ୍କର ଦୃଶ୍ୟ

ଡେସ୍କ: କେତେକ ଲୋକ ସେଲ୍‌ଫି ନେବାକୁ ଏତେ ପସନ୍ଦ କରନ୍ତି ଯେ ସେମାନେ ସବୁ ସ୍ଥାନରେ ଏବଂ ସବୁ ପରିସ୍ଥିତିରେ ସେଲ୍‌ଫି ନେଇଥା’ନ୍ତି। ତେବେ ବେଳେବେଳେ କ୍ୟାମେରାରେ ଏପରି କିଛି ଜିନିଷ ରେକର୍ଡ ହୋଇଯାଏ, ଯାହା ଦେଖି ଆଶ୍ଚର୍ଯ୍ୟ ଲାଗେ। ସାମାଜିକ ଗଣମାଧ୍ୟମରେ ଏବେ ଏମିତି ହିଁ ଜଣେ ମହିଳାଙ୍କ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ୟୁଜର ଚକିତ ହୋଇଯାଇଛନ୍ତି। ଭିଡିଓରେ ମହିଳା ଜଣକ ଏଭଳି ସ୍ଥିତିରେ ସେଲ୍‌ଫି ନେଉଥିବା ଦେଖିବାକୁ ମିଳିଛି, ଯାହା ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ।


ଭାଇରାଲ ଭିଡିଓରେ ମହିଳା ଏଭଳି ସ୍ଥିତିରେ ସେଲ୍‌ଫି ନେଉଥିବାର ଦେଖି ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଭିଡିଓରେ ମହିଳା ଜଣକ ସୁନାମି ବେଳେ ସେଲ୍‌ଫି ନେଉଥିବା ନଜର ଆସିଛନ୍ତି। ମହିଳା ହାତରେ ସେଲ୍‌ଫି ଷ୍ଟିକ୍‌ ଧରି ଭିଡିଓ କରୁଛନ୍ତି। ଏହି ମସୟରେ ପଛରୁ ପାଣିର ବଡ଼ ଢେଉ ଆସୁଛି, ଯାହା ଭୟଙ୍କର ଭାବେ ଆଗକୁ ମାଡ଼ି ଆସୁଛି। ମହିଳା ଜଣକ ଅନ୍ୟ ଲୋକମାନଙ୍କ ସହ ସେଠାରୁ ଦୌଡ଼ିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ କିଛି ସେକେଣ୍ଡ ମଧ୍ୟରେ ପାଣିର ଢେଉ ଦ୍ରୁତ ଗତିରେ ଆସି ମହିଳାଙ୍କୁ ଭସାଇ ନେଉଛି। ଏହି ସମୟରେ ସମସ୍ତ ଦୃଶ୍ୟ କ୍ୟାମେରାରେ କଏଦ ହୋଇଯାଉଛି, ଯାହା ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇ ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି।

- Advertisement -

ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ @cctvidiots ନାମକ ଆକାଉଣ୍ଟରୁ ଶେୟାର କରାଯାଇଛି। ଏହାକୁ ଏପର୍ଯ୍ୟନ୍ତ ୨୮୨.୪ ହଜାରରୁ ଊର୍ଦ୍ଧ୍ବ ଲୋକ ଦେଖି ସାରିଲେଣି। ଏଥିସହ ଲୋକେ ଭିଡିଓକୁ ନେଇ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories