ଭୁବନେଶ୍ୱର: ବିଜେପିରେ ସାମିଲ ହୋଇ ଖୁସି ବ୍ୟକ୍ତ କରିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଦଳରେ ସାମିଲ ହେଉ ହେଉ ଅପରାଜିତାଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ପ୍ରଶାନ୍ତ କହିଛନ୍ତି ମୋତେ ଆଜି ଭାରି ଖୁସି ଲାଗୁଛି। ବିଜେଡିରେ ଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମ୍ମାନ ଜଣାଉଥିଲି। ବାହାରେ କହି ପାରୁନଥିଲେ ବି ଅନ୍ତରରୁ ଭାବୁଥିଲି ଭାରତ ବର୍ଷକୁ ମୋଦୀଙ୍କ ଭଳି ପ୍ରଧାନମନ୍ତ୍ରୀଙ୍କର ଆବଶ୍ୟକତା ରହିଛି। ମୋଦୀଙ୍କ କାର୍ଯ୍ୟଶୈଳୀ ସମସ୍ତଙ୍କ ସହିତ ମୋତେ ବି ପ୍ରଭାବିତ କରିଛି। ଜଣେ ସୈନିକ ଭାବେ କାମ କରିବାକୁ ମୋତେ ସୁଯୋଗ ମିଳିଥିବାରୁ ଖୁସି ଲାଗୁଛି। ପ୍ରଶାନ୍ତ ଆହୁରୀ ମଧ୍ୟ କହିଛନ୍ତି ଯେ ଓଡ଼ିଶାରେ ଏଥର ଡବଲ ଇଞ୍ଜିନ ସରକାର ହେବାକୁ ଯାଉଛି। ସବୁ ପୁରୁଣା ସାଥୀଙ୍କୁ ଦେଖି ପୁରୁଣା ଘରକୁ ଫେରିବା ଭଳି ଲାଗୁଛି। ସଭିଁଙ୍କୁ ସାଥୀରେ ନେଇ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନ ପାଇଁ ଲକ୍ଷ୍ୟ ରଖିଛୁ।
ସହ ପ୍ରଭାରୀ ଲତା ଉସେଣ୍ଡି, ସାଂସଦ ଅପରାଜିତା ଷଡଙ୍ଗୀ ଓ ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପସ୍ଥିତିରେ ପଦ୍ମ ଦଳରେ ନିଜ ସମର୍ଥକଙ୍କ ସହ ସାମିଲ ହୋଇଛନ୍ତି ପ୍ରଶାନ୍ତ ଜଗଦ୍ଦେବ।
ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେବ- ପ୍ରଶାନ୍ତ ଜଗଦ୍ଦେବ
Popular Categories



