www.samajalive.in
Saturday, December 6, 2025
14.1 C
Bhubaneswar

ପ୍ରେମିକ ସହ ମିଶି ୪ବର୍ଷର ପୁଅକୁ ହତ୍ୟା କଲା ମା’

ନୂଆଦିଲ୍ଲୀ: ପ୍ରେମିକକୁ ବିବାହ କରିବା ଲାଗି ଜଣେ ନୃସଂଶ ମା’ ନିଜ ୪ ବର୍ଷର ପୁଅକୁ ହତ୍ୟା କରିଛି। ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ଓମ୍‌ ବିହାର ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଘଟିଛି। ପୁଲିସ ଏହି ଘଟଣାରେ ହତ୍ୟାକାରୀ ମା’ କୋମଲ ଏବଂ ତା’ର ପ୍ରେମିକ ରବିକାରକୁ ଗିରଫ କରିଛି।

ସୂଚନା ମୁତାବକ, କୋମଲ ଏବଂ ରବିକାର ଲିଭ୍‌ ଇନ୍‌ ରିଲେଶନଶିପ୍‌ରେ ଓମ ବିହାର ଅଞ୍ଚଳରେ ଘରଭଡ଼ା ନେଇ ରହୁଥିଲେ। ସେମାନଙ୍କ ସହିତ କୋମଲଙ୍କ ୪ବର୍ଷର ପୁଅ ରହୁଥିଲା। କୋମଲ ଏବଂ ରବିକାର ବିବାହ କରିବାକୁ ଚାହୁଁଥିଲେ। ମାତ୍ର ରବିକାର କୋମଲଙ୍କ ପୁଅକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିରହିଥିଲା। ଶେଷରେ ଉଭୟେ ପୁଅକୁ ବାଟରୁ ହଟାଇବାକୁ ନିଷ୍ପତ୍ତି ନେଇଥିଲେ। ଗତ ଏପ୍ରିଲ ୨୦ ତାରିଖ ଦିନ ରବିକାର କୋମଲଙ୍କ ସାମ୍ନାରେ ତାଙ୍କ ପୁଅର ମୁଣ୍ଡକୁ କାନ୍ଥରେ ପିଟି ହତ୍ୟା କରିଥିଲେ। ୨୩ ତାରିଖ ଦିନ ସେମାନେ ପଡ଼ୋଶୀଙ୍କୁ କହିଥିଲେ ଯେ ପୁଅ ଶୋଇଥିବାବେଳେ ଖଟରୁ ପଡ଼ିଯାଇଥିଲା। ଚିକିତ୍ସା ସମୟରେ ତା’ର ମୃତ୍ୟୁ ଘଟିଛି। ଏହାପରେ ପଡ଼ୋଶୀ ଲୋକମାନେ ଶବ ସତ୍କାରରେ ରବିକାର ଏବଂ କୋମଲକୁ ସହାୟତା କରିଥିଲେ। ଏକ ଶ୍ମଶାନରେ ପୁଅର ମୃତଦେହ ପୋତି ଦିଆଯାଇଥିଲା। ପଡ଼ୋଶୀମାନେ ଜାଣି ନ ଥିଲେ ଯେ କୋମଲ ଏବଂ ରବିକାର ଲିଭ୍‌ ଇନ୍‌ରେ ରହୁଥିଲେ। ତେଣୁ ସେମାନଙ୍କର କୌଣସି ସନ୍ଦେହ ହୋଇ ନ ଥିଲା। ତେବେ ଘଟଣା ପରେ ଯେତେବେଳେ କୋମଲ ଏବଂ ରବିକାର ଘରେ ତାଲା ପକାଇ କେଉଁଆଡ଼େ ଚାଲିଯାଇଥିଲେ ସେତେବେଳେ ସେମାନଙ୍କର ସନ୍ଦେହ ହୋଇଥିଲା। ପରେ ଏ ନେଇ ସେମାନେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ଯେଉଁଠି ମୃତଦେହ ପୋତା ଯାଇଥିଲା ସେଠାରେ ପହଞ୍ଚିଥିଲା। ମାଟି ଖୋଳି ମୃତଦେହ ବାହାର କରିବା ପରେ ସେଥରୁ ମୁଣ୍ଡ ଏବଂ ଗୋଟିଏ ହାତ ନ ଥିବା ଦେଖି ସ୍ଥାନୀୟ ଲୋକେ ବି ଆଶ୍ଚର୍ଯ୍ୟ ହୋଇଥିଲେ। ପରେ ପୁଲିସ କୋମଲ ଏବଂ ରବିକାରଙ୍କୁ ଖୋଜିବା ଆରମ୍ଭ କରିଥିଲା। ଗତ ଶୁକ୍ରବାର ସେମାନଙ୍କୁ ପୁଲିସ ଧରିଥିଲା। ପଚରାଉଚରା ପରେ ସେମାନେ ସବୁ ସତକଥା ମାନିଯାଇଥିଲେ। ପରେ ପୁଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories